
ଜି.ଉଦୟଗିରି: କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଡ୍ରାଇଭର ଗାଡିରେ ଚାପି ହୋଇ ରହିଯାଇଥିଲା । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ କଳିଙ୍ଗା ଘାଟି ଖସୁଥିବା ବେଳେ ଏକ ତେଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ଗାଡିରେ ଥିବା ତେଲ ପ୍ୟାକେଟ୍ ସବୁ ନଷ୍ଟ ହୋଇଯାଇଛି । ଗାଡି ଡ୍ରାଇଭର ଚାପି ହୋଇ ରହିଯାଇଥିବା ବେଳେ ଜି.ଉଦୟଗିରି ଦମକଳ ବାହିନୀ ଯାଇ ଉଦ୍ଧାର କରିଛି । ଗାଡିରେ ଅତ୍ୟଧିକ ପରିମାଣରେ ତେଲ ବୋଝେଇ ହୋଇଯାଇଥିଲା । ତେଣୁ ଦ୍ରୁତ ଗତିରେ ଘାଟିରୁ ଖସୁଥିବା ବେଳେ ଅନ୍ଧାରିକୋଟି ପାଖ ଏକ ବୁଲାଣିରେ ଗାଡିଟି ଓଲଟି ପଡିଥିଲା ।


Comments are closed, but trackbacks and pingbacks are open.