କାଗଜ ବୋଝେଇ ଟ୍ରକ୍ ଓଲଟିଲା

Get real time updates directly on you device, subscribe now.

ଜି.ଉଦୟଗିରି: ରବିବାର ସକାଳେ ଜି.ଉଦୟଗିରି ନିକଟସ୍ଥ ଦିଣ୍ଡାବାଲି ଶଙ୍ଖ ଠାରେ ଏକ କାଗଜ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିଲା । ଟ୍ରକ୍ଟି ରାସ୍ତା ଉପରେ ପଡ଼ି ରହିବାରୁ ବାଲିଗୁଡ଼ା-ପାବୁରିଆ ରାସ୍ତା ଦୀର୍ଘ ସମୟ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଖବର ପାଇ ଜି.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡ଼ିକୁ ରାସ୍ତାରୁ ହଟାଇ ଥିଲେ । ତେବେ ଟ୍ରକ୍ର ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ଗାଡ଼ିଟି ରାୟଗଡ଼ା ଜେକେ ପେପର ମିଲ୍ରୁ କଟକ ଯାଉଥିଲା ଜଣାପଡ଼ିଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବହୁଦିନ ଧରି ଏହି ରାସ୍ତା ଅଧପନ୍ତରିଆ ହୋଇ ପଡ଼ି ରହିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିଲେ ବି ପ୍ରଶସନର ନଜର ନ ପଡ଼ିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ଏହି ରାସ୍ତା କାମ ଶୀଘ୍ର ନ ସାରିଲେ ଅଞ୍ଚଳବାସୀ ରାଜରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons