ନବରଙ୍ଗପୁର : ୨୦୦ ଏକର ବ୍ୟାପ୍ତ ଏକ କାଜୁ ବଗିଚାର ମାଲିକାନାକୁ ନେଇ କୋଡିଙ୍ଗା ଥାନା ଭାଲୁଗୁଡ଼ା ଓ ବାସନି ଗାଁ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଉଭୟ ଗାଁ ସୀମାରେ ଥିବା କାଜୁବଗିଚା ନେଇ ପୁଣିଥରେ ବିବାଦ ଦେଖା ଦେଇଛି । ପୁଲିସ ବାସିନି ଗାଁର ୩୦ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଆଜି ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫମାନେ ହେଲେ ବାସିନି ଗାଁର ରତନ ଭତ୍ରା, ରମେଶ ଗୌଡ, ସମାରୁ ଗୌଡ, ଫୁଲଦାସ ଭତ୍ରା, ସନସାଏ ଭତ୍ରା, ଚୈତୁରାମ ପୂଜାରୀ, ଲଛମନ ଭତ୍ରା, ଦାମୋଦର ଭତ୍ରା, ମହାଦେବ ଗୌଡ, ଲଳିତା ଭତ୍ରା ଓ କୌଳାସ ପୂଜାରୀ । ସେମାନଙ୍କ ପାଖରୁ ୩୨ଟି ସାଇକେଲ ଓ ୩ଟି ବାଇକ ଜବତ କରାଯାଇ ଘଟଣାସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କୋଡିଙ୍ଗା ତହସିଲର ଭାଲୁଗୁଡା ଗ୍ରାମବାସୀଙ୍କୁ ସରକାରଙ୍କ ପକ୍ଷରୁ ୨୦୦ ଏକରର ଏକ କାଜୁବଗିଚା ଦିଆଯାଇଥିଲା । ଏହି ଗାଁର ସୀମାକୁ ଲାଗିକି ରହିଛି ନବରଙ୍ଗପୁର ତହସିଲର ବାସନି ଗାଁ । ବିବାଦିତ କାଜୁବଗିଚା ବାସିନି ମୌଜାରେ ଥିବା ନେଇ ଏହି ଗ୍ରାମବାସୀ ଦାବି କରୁଥିବା ବେଳେ ପଟ୍ଟା ଥିବା ଦାବି କରି ଭାଲୁଗୁଡା ଗ୍ରାମବାସୀ ପ୍ରତିବର୍ଷ କାଜୁ ସଂଗ୍ରହ କରିଆସୁଛନ୍ତି । ଏହାକୁ ନେଇ ଉଭୟ ଗାଁ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଛି । ଦୀର୍ଘ ଦିନ ଧରି ବାସନି ଗ୍ରାମବାସୀ ସରକାରୀ ଜମି ଦଖଲ କରିବା ସହିତ ଧିରେ ଧିରେ ଭାଲୁଗୁଡାର କାଜୁ ବଗିଚା ଅକ୍ତିଆର କରିବାକୁ ଉଦ୍ୟମ ଚଳାଇଛନ୍ତି । ପ୍ରତିବର୍ଷ କାଜୁ ଫଳିବା ପରେ ଉଭୟ ଗାଁରେ ବିବାଦ ଲାଗି ରହୁଛି ।
Comments are closed, but trackbacks and pingbacks are open.