କାଜୁ ତୋଟାରୁ ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ବୁଗୁଡ଼ା(ବି.ବି.ନୁ୍ୟଜ୍): ବୁଗୁଡ଼ା ଥାନା ପଙ୍କଳସାହି ନିକଟ କାଜୁ ତୋଟାରୁ ଶୁକ୍ରବାର ଏକ ଝୁଲନ୍ତା ଶବ ଉଦ୍ଧାର କରିଛି ପୁଲିସ । ମୃତକ ହେଉଛନ୍ତି ବୁଗୁଡ଼ା ଥାନା ବିରଞ୍ଚିପୁର ଗ୍ରାମର ନାରାୟଣ ମହାରଣାଙ୍କ ପୁଅ ସଦାନନ୍ଦ (୨୬) । ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସେନେଇ ସନେ୍ଦହ ଜାତ ହୋଇଛି ।
ଶୁକ୍ରବାର ସକାଳୁ ଅନ୍ୟ ଦିନ ପରି କାଜୁ ଗୋଟାଇବା ପାଇଁ ସଦାନନ୍ଦ ନିକଟସ୍ଥ ତୋଟା (କାଣ୍ଡି ତାଟା)କୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ଯାଏଁ ନ ଫେରିବାରୁ ପରିବାର ଲୋକ ଖୋଜିବା ପାଇଁ କାଣ୍ଡି ତାଟାକୁ ଯାଇଥିଲେ । ହେଲେ ଏକ କାଜୁ ଗଛ ଡାଳରୁ ଏକ ଜି.ଆଇ. ତାର ଦ୍ୱାରା ସଦାନନ୍ଦଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଲଟକୁଥିବା ଦେଖିବାକୁ ପାଇଥିଲେ । ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା, ଏସ୍ଆଇ ତନୁଶ୍ରୀ ସାହୁ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଛେଦ ପାଇଁ ପଠାଇଥିଲେ । ସଦାନନ୍ଦ ଆତ୍ମହତ୍ୟା କରିଥିବା ସନେ୍ଦହ କରି ପୁଲିସ ଅପମୃତୁ୍ୟ କେସ୍ ୨ ।୨୪.୪.୨୦୨୦ ରୁଜୁ କରି ଅନୁସନ୍ଧାନ ଚଳାଇଛି । ସଦାନନ୍ଦଙ୍କ ମୋବାଇଲ୍, ଚପଲ ଜବତ ହୋଇଛି ।
ହେଲେ ସଦାନନ୍ଦଙ୍କ ପରିବାର ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନେ୍ଦହ କରୁଛନ୍ତି । କିଛି ଦିନ ପୂର୍ବରୁ ସଦାନନ୍ଦଙ୍କ ସହ ବିରଞ୍ଚିପୁର ଗ୍ରାମର ଜଣେ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ସଦାନନ୍ଦଙ୍କ ଜଣେ ଭାଣିଜୀ ବିରଞ୍ଚିପୁର ବୁଗୁଡ଼ା କଲେଜକୁ ପଢିÿବା ପାଇଁ ଯାଆସ କରିବା ବେଳେ ଯୁବକଜଣକ କମେଣ୍ଟ୍ ମାରୁଥିଲା । ଏହି ଘଟଣାକୁ ନେଇ ସଦାନନ୍ଦ ଉକ୍ତ ଯୁବକକୁ ତାଗିଦ୍ କରିବାରେ ସେ ଜୀବନରୁ ମାରିଦେବା ପାଇଁ ସଦାନନ୍ଦଙ୍କୁ ଧମକ ଦେଇଥିଲା । ଉକ୍ତ ଯୁବକଙ୍କ ସହିତ ଏକାଧିକଥର ଗଣ୍ଡଗୋଳ ହୋଇଥିବା କହିଛନ୍ତି ସଦାନନ୍ଦଙ୍କ ପରିବାର । କମେଣ୍ଟ୍ ମାରୁଥିବା ଯୁବକ ସାଙ୍ଗସାଥୀଙ୍କୁ ନେଇ ସଦାନନ୍ଦଙ୍କୁ ହତ୍ୟା କରିଥିବା ସନେ୍ଦହ କରୁଛନ୍ତି ପରିବାରବର୍ଗ । ଅପରପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଆଇସି । ମୃତ ସଦାନନ୍ଦଙ୍କ ବାପା ନାରାୟଣ ମହାରଣା ଏତଲା ଦେବା ପରେ ପୁଲିସ ଅନୁସନ୍ଧାନ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons