କାଜୁ ବଗିଚାରୁ ମହିଳାଙ୍କ ଶବ ଉଦ୍ଧାର

Get real time updates directly on you device, subscribe now.

ମୁନିଗୁଡ଼ା,(ବି.ବି.ନୁ୍ୟଜ): ମୁନିଗୁଡା ଥାନା ବାଙ୍କିଲି ଗାଁ ନିକଟ ଏକ କାଜୁ ବଗିଚାରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କିରଛି ପୁଲିସ୍ । ମୃତ ମହିଳା ହେଲେ ବୋରିଖାଲ ଗାଁର ଆଦମା ବାଞ୍ଜାଲିକା(୪୮) । ତେବେ କେଉଁ କାରଣରୁ ମହିଳାଙ୍କ ମୃତୁ୍ୟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି ।
ପୁଲିସ୍ ସୂଚନା ଅନୁଯାୟୀ, ସ୍ଥାନୀୟ ବାଙ୍କିଲି ଗାଁ ନିକଟରେ ଥିବା ଏକ କାଜୁ ବଗିଚାରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ଦେଖି କେତେକ ଗ୍ରାମବାସୀ ପୁଲିସ୍କୁ ସୂଚନା ଦେଇଥିଲେ । ମୁନିଗୁଡା ଏସ୍ଡିପିଓ ଆକାଶଚନ୍ଦ୍ର ସାହୁ, ଆଇଆଇସି ସୁଜ୍ଞାନୀ ସାହୁ, ଏସ୍ଆଇ ଚନ୍ଦ୍ରମା ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଗାଁ ଲୋକଙ୍କୁ ପୁଲିସ୍ ପଚରାଉଚରା ଜାରି ରଖିଛି । ତଦନ୍ତ ଚାଲୁ ରହିଥିବା ଏସ୍ଆଇ ଚନ୍ଦ୍ରମା ଶବର କହିଛନ୍ତି । ସୂଚନାଥାଉକି, ୧୦ ବର୍ଷ ତଳେ ଆଦମାଙ୍କ ସ୍ୱାମୀଙ୍କ ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons