କାଠଗଣ୍ଡିରୁ ଖସି ଭାସିଗଲେ ବୃଦ୍ଧ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ୍): ଦାରିଙ୍ଗବାଡ଼ି ବ୍ଲକ୍ ତିଲାରୀ ପଞ୍ଚାୟତ ସୁନାପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ପୋଲ ନଥିବାରୁ ଖଡ୍ଗ ନଦୀ ଉପରେ ଏକ କାଠଗଣ୍ଡି ଦେଇ ନଈ ପାର ହେବା ସମୟରେ ଜଣେ ୬୦ ବର୍ଷିଆ ବୃଦ୍ଧ ଖସି ଯାଇ ପାଣିରେ ଭାସି ଯାଇଛନ୍ତି । ନିଖୋଜ ବୃଦ୍ଧ ଜଣକ ହେଲେ ସୁନାପାଙ୍ଗା ଗ୍ରାମର ବିସିକେସନ ନାୟକ (୬୦) । ବିସିକେସନ ମହାସିଙ୍ଗରୁ ପିଡିଏସ୍ ଚାଉଳ ନେଇ ନିଜ ଗ୍ରାମ ସୁନାପାଙ୍ଗାକୁ ଯାଉଥିଲେ । ମାତ୍ର ପୋଲ ନଥିବାରୁ ନଦୀ ଉପରେ ପଡ଼ିଥିବା କାଠଗଣ୍ଡି ଦେଇ ଫେରୁଥିଲେ । ହେଲେ କୌଣସି ମତେ ପାଣିରେ ଖସି ପଡ଼ି ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଗ୍ରାମର କିଛି ଯୁବକ ଖୋଜାଖାଜି କରି ନିରାଶ ହେବା ପରେ ଦାରିଙ୍ଗବାଡ଼ି ଦମକଳ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବିଭାଗ ଘଟଣାସ୍ଥଳରେ ଖୋଜାଖାଜି କରିଥିଲେ ସୁଦ୍ଧା ପତ୍ତା ପାଇନାହାନ୍ତି । ନଦୀରେ ୧୫ରୁ ୨୦ ଫୁଟ ପାଣି ଯାଉଥିବାରୁ ଖୋଜାଖୋଜି ସମ୍ଭବପର ହୋଇନଥିଲା ।
ସୂଚନାଯୋଗ୍ୟ ଯେ- ଦଡ଼ିକ୍ଲିଉ ଓ ସୁନାପାଙ୍ଗାରେ ୬୦ରୁ ଊଦ୍ଧ୍ୱର୍ ପରିବାର ରହୁଥିବା ବେଳେ ଗାଁକୁ ଗମନାଗମନ ପାଇଁ ରାସ୍ତାଘାଟ କିମ୍ବା ପୋଲ ନାହିଁ । ଖଡ୍ଗ ନଦୀ ଉପରେ ପୋଲ ନିର୍ମାଣ ନେଇ ଗ୍ରାମବାସୀ ବହୁବାର ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ସୁଫଳ ମିଳିନି । ଲୋକେ ବାଧ୍ୟ ହୋଇ କାଠଗଣ୍ଡି ଉପରେ ଯାଆସ କରୁଛନ୍ତି । ବିଗତ ଦିନରେ ବହୁ ଲୋକ କାଠଗଣ୍ଡି ଦେଇ ଯାଆସ କରିବା ବେଳେ କାଠଗଣ୍ଡିରୁ ଖସି ମରଣ ମୁହଁରୁ ଉଦ୍ଧାର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons