ଦଶରଥପୁର : ଲଘୁଚପ ବର୍ଷା ପରେ ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କ ଏକ ଗାଈ କାଣି ନଦୀ କୂଳରେ ଚରୁଥିବା ସମୟରେ ନଦୀରେ ଥିବା ଏକ ବଡ଼ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା ।
ନିକଟରେ ଥିବା ସ୍ଥାନୀୟ ଜଣେ ବ୍ୟକ୍ତି ଏହା ଦେଖି ସ୍ଥାନୀୟ ଲୋକଙ୍କୁ ହୁରି ଛାଡ଼ିଥିଲା । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଗାଈଟିର କୌଣସି ସନ୍ଧାନ ପାଇନଥିଲେ । ପାଞ୍ଚ ଫୁଟରୁ ଅଧିକ ଲମ୍ବର ଗୋଟିଏ କୁମ୍ଭୀର ପାଣିଭିତରେ ବୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ।
କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀକୂଳିଆ ଲୋକେ ନଦୀ ପାଣିକୁ ବିଭିନ୍ନ କାର୍ୟ୍ୟରେ ବ୍ୟବହାର କରୁଛନ୍ତି । ବନ ବିଭାଗ ଅଧିକାରୀ ତୁରନ୍ତ କୁମ୍ଭୀରକୁ ଅନ୍ୟତ୍ର ଛାଡ଼ିବା ପାଇଁ ସେମାନେ ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.