କାନାଡା ଓପନ୍: କଶ୍ୟପ୍ ରୌପ୍ୟରେ ସନ୍ତୁଷ୍ଟ

Get real time updates directly on you device, subscribe now.

କାଲ୍ଗରୀ : ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ପାରୁପଲ୍ଲୀ କଶ୍ୟପ୍ଙ୍କ କାନାଡ଼ା ଓପନ୍ ଟାଇଟଲ ସ୍ୱପ୍ନ ଅଧୁରା ରହିଛି । ସେ ପୁରୁଷ ସିଙ୍ଗଲ୍ସର ଫାଇନାଲ୍ରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ରବିବାର ରାତିରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଷଷ୍ଠ ସିଡ୍ କଶ୍ୟପ୍ ୨୨-୨୦, ୧୪-୨୧, ୧୭-୨୧ ଗେମ୍ରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ଲି ସି ଫେଙ୍ଗ୍ଙ୍କ ଠାରୁ ପରାଜିତ ହୋଇଥିଲେ । ବିଗତ କିଛି ବର୍ଷ ହେଲା ଆହତ ସମସ୍ୟା ଭୋଗିଥିବା କଶ୍ୟପ୍ ଚଳିତ ସିଜନରେ ଚମକ୍ରାର ଫର୍ମରେ ରହିଛନ୍ତି । ସେ କ୍ୱାର୍ଟରରେ ରେନ୍ ପେଙ୍ଗ୍ ବୋଙ୍କୁ ୨୩-୨୧, ୨୧-୨୩, ୨୧-୧୯ ଗେମ୍ରେ ଓ ସେମିରେ ତାଇପେର ୱାଙ୍ଗ୍ ଝୁ ୱେଇ ୧୪-୨୧, ୨୧-୧୭, ୨୧-୧୮ ଗେମ୍ରେ ପରାଜିତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ । ଚଳିତ ସିଜନରେ କଶ୍ୟପ୍ଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ । ଏହାପୂର୍ବରୁ ସେ ବର୍ଷ ଆରମ୍ଭରୁ ଇଣ୍ଡିଆ ଓପନ୍ର ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons