ନୂଆଦିଲ୍ଲୀ: କାନାଡାର କାଲ୍ଗରୀ ଠାରେ ଚାଲିଥିବା କାନାଡା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି । ଅଭିଜ୍ଞ ପାରୁପଲ୍ଲୀ କଶ୍ୟପ୍ ବିଜୟ ଧାରା ଜାରି ରଖି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଅପରପକ୍ଷରେ ସୌରଭ ବର୍ମା କ୍ୱାର୍ଟରରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା କଶ୍ୟପ୍ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସର ଲୁକାସ୍ କ୍ଲିଅର୍ବାଉଟ୍ଙ୍କୁ ୧୨-୨୧, ୨୩-୨୧, ୨୪-୨୨ ଗେମ୍ରେ ପରାସ୍ତ କରିଥିଲେ । ଫ୍ରାନ୍ସ ପ୍ରତିଦ୍ୱନ୍ଦ୍ୱୀ ଆକ୍ରମଣାତ୍ମକ ଖେଳି ପ୍ରଥମ ଗେମ୍କୁ ଅତି ସହଜରେ ଜିତିଥିଲେ । ଦ୍ୱିତୀୟ ଗେମ୍ରେ କଶ୍ୟପ ମ୍ୟାଚ୍କୁ ଫେରିଥିଲେ । ଚମକ୍ରାର ପ୍ରଦର୍ଶନ କରି ଲୁକାସ୍ଙ୍କ ଉପରେ ଚାପ ପକାଇଥିଲେ । ପରବର୍ତ୍ତୀ ୨ଟି ଗେମ୍ରେ ଘମାଘୋଟ ଲଢ଼େଇ କରି କଶ୍ୟପ ବିଜୟ ଲାଭ କରିଥିଲେ । ତାଙ୍କୁ ଏହି ମ୍ୟାଚ୍ ଜିତିବାକୁ ଏକ ଘଣ୍ଟା ୧୬ ମିନିଟ୍ ଲାଗିଥିଲା । ସେ ତାଇପେ ଖେଳାଳି ୱାଙ୍ଗ୍ ଝୁ ୱେଇଙ୍କୁ ଭେଟିବେ । ସୌରଭ ବର୍ମାଙ୍କ ବିଜୟ ଧାରା ବ୍ରେକ୍ ଲାଗିଛି । ସେ ସିଧାସଳଖ ୧୫-୨୧, ୧୧-୨୧ ଗେମ୍ରେ ଚୀନ୍ର ଲି ଶି ଫେଙ୍ଗ୍ଙ୍କ ଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
Comments are closed, but trackbacks and pingbacks are open.