କାନ୍ଥ ପଡ଼ି ଜଣେ ଶିଶୁ ମୃତ:ମୃତକଙ୍କ ପରିବାରକୁ ଭେଟିଲେ ଜିଲ୍ଲାପାଳ

Get real time updates directly on you device, subscribe now.

ଧରାକୋଟ,(ବି.ବି.ନୁ୍ୟଜ): ଲଗାଣ ବର୍ଷାରେ କାନ୍ଥ ବତୁରି ଦୁର୍ବଳ ହୋଇଯାଇଥିଲା । କାନ୍ଥ ଭୁଶୁଡ଼ି ଜଣେ ଶିଶୁଙ୍କ ମୃତୁ୍ୟ ହୋଇଥିଲା । ଘଟଣା ଗତକାଲି ଧରାକୋଟ ବ୍ଲକ ରୁଗୁମୁ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଘଟିଥିଲା । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ବ୍ଲକରେ ରହିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟକରଣ କାମ ଜିଲ୍ଲାପାଳ ବୁଲି ଦେଖିଛନ୍ତି ।
ରାମଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ନାୟକ ଓ ତାଙ୍କ ସ୍ତ୍ରୀ ତିନି ଛୁଆଙ୍କୁ ଘରେ ଛାଡ଼ି କୋଭିଡ୍ ଟିକା ନେବା ପାଇଁ ନିକଟସ୍ଥ କେନ୍ଦ୍ରକୁ ଯାଇଥିଲେ । ସେହିପରି ପଡେ଼ାଶୀ ଘରେ ରହୁଥିବା ପୂର୍ଣ୍ଣଙ୍କ ଭାଇ ଟୁକୁନା ନାୟକଙ୍କ ସ୍ତ୍ରୀ ଗୀତା ୪ ପିଲାଙ୍କୁ ପୂର୍ଣ୍ଣଙ୍କ ଘରେ ଛାଡ଼ି ଟିକା କେନ୍ଦ୍ରକୁ ଯାଇଥିଲେ । କାନ୍ଥ ଭୁଶୁଡ଼ି ଟୁକୁନାଙ୍କ ୨ ବର୍ଷର ଝିଅ ପିଙ୍କିର ମୃତୁ୍ୟ ହୋଇଛି । ଅନ୍ୟ ୬ ଜଣ ଶିଶୁ ଆହତ ହୋଇଥିଲେ । ଜିଲ୍ଲାପାଳଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରେଜେନ୍ଦ୍ର ମିଞ୍ଜ, ଧରାକୋଟ ବିଡିଓ ସୁଶୀଲ ପ;ନାୟକ, ତହସିଲଦାର କବିରାଜ ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଗତକାଲି ଧରାକୋଟ ତହସିଲଦାର ୧୦ ହଜାର ଟଙ୍କା ଓ ସରପଞ୍ଚ ଅଚୁ୍ୟତ ନାୟକ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଖୁବ୍ ଶୀଘ୍ର ଅସହାୟ ପରିବାରକୁ ସରକାରୀ ଗାଇଡ୍ ଲାଇନ୍ ପ୍ରକାରେ ସମସ୍ତ ସୁବିଧା ସୁଯୋଗ ସହ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଏଥିସହ ଧରାକୋଟ ଆଦର୍ଶ ବିଦ୍ୟାଳୟ, ଜାହାଡ଼ା, ଢଉଗାଁ, ମୁଣ୍ଡମରାଇ, ଧରାକୋଟ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବା ସହ ଆଲୋଚନା କରିଛନ୍ତି । ଏହାସହ ନେଳିଆ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖି ଖୁସି ପ୍ରକଟ କରିଛନ୍ତି । ରାସ୍ତା କଡ଼ରେ ପଡିରହିଥିବା ଆବର୍ଜନା ଦୁଗର୍ନ୍ଧ ହେଉଥିବାରୁ ବିରକ୍ତି ପ୍ରକାଶ କରିବା ସହ ପରିବେଶ ସଫା ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons