ନୀଳଗିରି: ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଓ ଗହଣା ଚୋରି ମାମଲାରେ ଆଜି ଦିଲ୍ଲୀ ପୋଲିସ ବାଲେଶ୍ବର ଜିଲ୍ଲାର ନୀଳଗିରିରେ ପହଁଚି ଜଣଙ୍କୁ ଗିରଫ କରିଛି।
ସୂଚନାନୁସାରେ, ସାଉଥ ଓ୍ବେଷ୍ଟ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ନୀଳଗିରର ରାଜେନ୍ଦ୍ର ମଲ୍ଲିକ ଓରଫ ଟିକିନା ଜଣଙ୍କ ଘରେ କାମ କରୁଥିଲେ। ତାଙ୍କ ସହ ଆଉ ୩ଜଣ ମଧ୍ୟ ସେଠାରେ କାମ କରୁଥିଲେ। ତେବେ ସେମାନେ କାମ କରୁଥିବା ବ୍ୟକ୍ତିଙ୍କ ଘରୁ ଏକ କୋଟି ଟଙ୍କା ଓ ସୁନା ଚୋରି କରିଥିବା ବସନ୍ତ ବିହାର ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ମୋବାଇଲ ନମ୍ବର ଟ୍ରାକିଂ କରି ନୀଳଗିରିରେ ପହଁଚି ସ୍ଥାନୀୟ ପୋଲିସ ସହାୟତାରେ ଭିମେଇ ଗ୍ରାମରୁ ରାଜେନ୍ଦ୍ରକୁ ଗିରଫ କରିଛି।
ଗିରଫ ହେବା ପରେ ରାଜେନ୍ଦ୍ରକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ଅତିଶୀଘ୍ର ଅନ୍ୟ ୩ଜଣ ଯୁବକଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି।
Comments are closed, but trackbacks and pingbacks are open.