କାରକୁ ଧକ୍କା ଦେଲା ଟିପ୍ପର, ଜଣେ ଆହତ

Get real time updates directly on you device, subscribe now.

ଜୟପୁର: କୋରାପୁଟ ଅଭିମୁଖେ ଯାଉଥିବା ଏକ କାର୍କୁ ଧକ୍କା ଦେଇଛି ଟିପ୍ପର୍ । ଦୁର୍ଘଟଣାରେ କାର୍ରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କର ପରିଚୟ ମିଳିପାରିନାହିଁ । ଆହତଙ୍କୁ ସ୍ଥାନୀୟ ଡିଏଚ୍ଏଚ୍ରେ ଭର୍ତ୍ତି କରାଯାଇଛି । ଟାଉନ୍ ପୁଲିସ୍ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏକ କାର୍(ଓଆର୍-୦୨ବିଭି-୬୮୦୦) କୋରାପୁଟ ଅଭିମୁଖେ ଯାଉଥିଲା । ସ୍ଥାନୀୟ ହାଟପଦା ପାଖରେ ଏକ ହୋଟେଲ ନିକଟରେ ପଛପଟୁ ଯାଉଥିବା ଏକ ଟିପ୍ପର୍(ଓଡି-୧୦ଜି-୪୫୪୫) କାର୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର୍ରେ ବସିଥିବା ବ୍ୟକ୍ତି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲ୍କୁ ପଠାଇଥିଲେ । ଦୁର୍ଘଟଣା ପରେ ୨୬ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଏସ୍ଆଇ ରିଗାନ୍ କିଣ୍ଡୋ ଏବଂ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଉଭୟ ଗାଡିକୁ ଜବତ କରି ଥାନାକୁ ଆଣିଥିଲେ । ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons