କାରରୁ ବାହାରିଲା ୪କୋଟି ଟଙ୍କାର ସୁନା-ରୁପା !

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁରରେ ଦିନକୁ ଦିନ ବଢିଚାଲିଛି ଚୋରା ସୁନା ଓ ରୂପା ଅଳଙ୍କାରର କାରବାର । ଏହିପରିପେକ୍ଷୀରେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ ହୋଇଛି । କାର୍‌ ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ ।
ଖବର ଅନୁଯାୟୀ, ଶନିବାର ଦିନ ବ୍ରହ୍ମପୁରରେ ଏକା କାର୍‌ରୁ ପ୍ରାୟ ୬ କିଲୋ ୧୭୦ ଗ୍ରାମ ସୁନା ଅଳଙ୍କାର ଏବଂ ୨ କ୍ୱିଣ୍ଟାଲ ୩୯ କିଲୋ ରୂପା ଜବତ ହୋଇଛି । ଜବତ ହୋଇଥିବା ସୁନା ତାମିଲନାଡୁରୁ ବ୍ରହ୍ମପୁର ଆସୁଥିବା ବେଳେ ଧରିଛି ପୋଲିସ । ଏକ କାର୍‌ ଜରିଆରେ ଏମାନେ ଆଣିଥିବା ବେଳେ ଧରିଛି ପୋଲିସ । ଗୋଷୀଣୀ ନୂଆଗାଁ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଜବତ ହୋଇଥିବା ସୁନା ଓ ରୁପାର ମୂଲ୍ୟ ୪କୋଟି ଟଙ୍କାରୁ ଅଧିର ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୋଲିସ ଅନୁସନ୍ଧନା ଜାରି ରଖିଛି ।
ତେବେ ଏତେ ପରିମାଣ ସୁନା ଓ ରୁପା କିପରି ରାଜ୍ୟ ଭିତରକୁ ପଶିଲା ? କିଏ ଆଣୁଥିଲା ? ଏଥିରେ କେଉଁ କେଉଁମାନେ ସାମିଲ ଅଛନ୍ତି । ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେହିପରି ଅଟକ ୩ଜଣଙ୍କ ବିଷୟରେ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons