ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାରାଗାରରୁ ଫେରାର କଏଦୀଙ୍କୁ କାବୁ କଲା ପୋଲିସ । ଡିସେମ୍ବର ୧୩ରୁ ଫେରାର ଥିବା କଏଦୀ ଶିବ ମୁଣ୍ଡାକୁ ଗିରଫ କରିଛି ଟାଉନ ଥାନା ପୋଲିସ । ସେ ତୁମୁସିଂହା ଗାଁରେ ଥିବା ଖବର ପାଇଁ ପୋଲିସ ଅଚାନକ ଚଢାଉ କରିଥିଲା । ଗିରଫ ଶିବର ଘର ଭୁବନ ଥାନା କାଞ୍ଚନ ବାହାଳି ଗାଁର ବୋଲି ଜଣାଯାଇଛି। ସେ ତୁମୁସିଂହାର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ତେବେ ଡିସେମ୍ବର ୧୩ରେ ଜେଲ ପଛ ପଟୁ ପିନ୍ଧିଥିବା ଲୁଙ୍ଗି ସାହାଯ୍ୟରେ କାନ୍ଥ ଡେଇଁ ପଳାଇଥିଲା ଶିବ।
Comments are closed, but trackbacks and pingbacks are open.