କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଉ: ମୋରେ

Get real time updates directly on you device, subscribe now.

ନଟିଂହାମ୍: ଶିଖର ଧାୱନ ଆହତ ଖବର ପ୍ରକାଶ ପାଇବା ପରେ ପରବର୍ତ୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପାଇଁ ଏକାଦଶ ଚୟନ ଉପରେ ନାନା ମତ ପ୍ରକାଶ ପାଇଛି । ଇଂଲଣ୍ଡ ଗସ୍ତରେ ଥିବା ୧୫ଜଣିଆ ଭାରତୀୟ ଦଳରେ ୱିକେଟ୍ କିପର ଦିନେଶ କାର୍ତ୍ତିକ ଓ ଅଲ୍ରାଉଣ୍ଡର ବିଜୟ ଶଙ୍କର ରହିଛନ୍ତି । ଉଭୟଙ୍କ ମଧ୍ୟରୁ କାର୍ତ୍ତିକଙ୍କୁ ପ୍ରାଥମିକତା ଦେବାକୁ ପୂର୍ବତନ ୱିକେଟ୍ କିପର କିରଣ ମୋରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଧାୱନଙ୍କ ଆହତ ଖବର ଟିମ୍ ଇଣ୍ଡିଆକୁ ଚିନ୍ତାରେ ପକାଇବା ନିଶ୍ଚିତ । ହେଲେ ବ୍ୟସ୍ତ ହେବାର କାରଣ ନାହିଁ । ଦଳରେ ରହିଥିବା ବଳକା ଖେଳାଳିମାନେ ମଧ୍ୟ ବେଶ୍ ଦକ୍ଷ । ମୋ ମତରେ ଲୋକେଶ ରାହୁଲଙ୍କୁ ଧାୱନଙ୍କ ସ୍ଥାନରେ ପାଳି ଆରମ୍ଭ କରିବାକୁ ଦିଆଯାଉ । ୪ନଂ ସ୍ଥାନରେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳୁ । କାର୍ତ୍ତିକ ବ୍ୟାଟିଂ ସହ ଉନ୍ନତ ଫିଲ୍ଡିଂ କରିପାରିବେ । ଆବଶ୍ୟକ ସ୍ଥଳେ ସେ ୱିକେଟ କିପର ଦାୟିତ୍ୱ ତୁଲାଇ ପାରିବେ । ତେଣୁ ୪ନଂ ସ୍ଥାନ ପାଇଁ ଉପଯୁକ୍ତ ସଦସ୍ୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons