ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ବେଶ୍ ପରିଚିତ ସୁଷମା ସ୍ୱରାଜ ଭାରତର ବିଦେଶ ମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ପାକିସ୍ତାନ ଉପରେ ବର୍ଷିଥିଲେ । ଚଳିତ ବର୍ଷ ଯେଉଁ ଦିନ ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ହେଉଥିଲା, ସେଦିନ ସେ କିର୍ଗିଜସ୍ତାନର ରାଜଧାନୀ ବ୍ରିସକେକରେ ସାଂଘାଇ ସହଯୋଗ ସଂଗଠନର ବିଦେଶ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେ ପୁଲୱାମା ବିସ୍ଫୋରଣ ପାଇଁ ପାକିସ୍ତାନକୁ ଭର୍ତ୍ସନା କରିଥିଲେ । ସେ କହିଥିଲେ କି ଭାରତର ମନରୁ ପୁଲୱାମା ବିସ୍ଫୋରଣର କ୍ଷତ ଶୁଖିନଥିଲାବେଳେ ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ବିସ୍ଫୋରଣ ହୋଇଥିଲା । ଶ୍ରୀଲଙ୍କା ବିସ୍ଫୋରଣ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ । ତା’ ପୂର୍ବରୁ ଗତ ମାର୍ଚ୍ଚ ମାସରେ ତାଙ୍କୁ ଆବୁଧାବିରେ ଇସଲାମିକ ରାଷ୍ଟ୍ର ସମୂହଙ୍କ ଏକ ସମ୍ମିଳନୀକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଏଭଳି ନିମନ୍ତ୍ରଣ ପାଇବାରେ ସେ ପ୍ରଥମ ମହିଳା ଥିଲେ ।
Comments are closed, but trackbacks and pingbacks are open.