କାର୍ଯ୍ୟାନୁÂାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ଦଳିତ ଅଧିକାର ମଞ୍ଚ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କରଙ୍ଗମାଳ ପଞ୍ଚାୟତରେ କିରାସିନି ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ହିତାଧିକାରୀଙ୍କ ୧୦ ମାସ କିରାସିନକୁ ଯୋଗାଣ ବିଭାଗ ଅଧିକାରୀ, କର୍ମଚାରୀ ଓ ଡିଲର ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଦଳିତ ଅଧିକାରୀ ମଞ୍ଚ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି ।
ଅପରାହ୍ନରେ ଜିଲ୍ଲା ଦଳିତ ଅଧିକାର ମଞ୍ଚ ସଭାପତି କମଳଚରଣ ତାଣ୍ଡିଙ୍କ ନେତୃତ୍ୱରେ ଏକ ଟିମ ହିତାଧିକାରୀଙ୍କୁ ନେଇ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ କିରୋସିନ ଦୁର୍ନିତି ସାମନାକୁ ଆସୁଛି । ଗତ ୨ ମାସ ତଳେ ସିନାପାଲି ବ୍ଲକ ଗଣ୍ଡାବାହାଲି ପଞ୍ଚାୟତରେ କିରାସିନ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ସେଠି ଗରିବ ହିତାଧିକାରୀଙ୍କ ୮ ମାସର କିରୋସିନକୁ ଯୋଗାଣ ବିଭାଗ ଅଧିକାରୀ, କର୍ମଚାରୀ ଓ ଡିଲର ମିଶି ଆତ୍ମସାତ କରିଥିଲେ । ଏହି ଘଟଣାରେ ବାରମ୍ବାର ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରିଥିଲେ । ହେଲେ ଯୋଗାଣ ବିଭାଗ ଅଧିକାରୀ, କିରାସିନ ଡିପୋ, ଡିଲରଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିନାହାନ୍ତି । ଏବେ ବୋଡେ଼ନ ବ୍ଲକ କରଙ୍ଗାମାଲ ପଞ୍ଚାୟତ ଲେସୁନପାଲି, ଡୋଟୋ, କୁଲିଙ୍ଗମାଲ ଗାଁର ହିତାଧିକାରୀଙ୍କୁ ୧୦ ମାସ କିରୋସିନି ପାଇନଥିବା ଅଭିଯୋଗ କରିଛନ୍ତି । ହିତାଧିକାରୀ ମାନେ ପଞ୍ଚାୟତକୁ କିରାସିନି ପାଇଁ ଗଲେ ଆଜିକାଲି କହି ପଞ୍ଚାୟତ କର୍ତ୍ତୃପକ୍ଷ ଦିନ ଗଡାଇ ଚାଲିଥିଲେ । ଗତ ଜୁଲାଇ ୧୦ ଓ ୧୧ ତାରିଖରେ ହିତାଧିକାରୀଙ୍କୁ ରାସନକାର୍ଡ ପିଛା ୪ଲିଟର ଲେଖାଏଁ କିରାସିନ ଦେଇଛନ୍ତି । ତେବେ କିରୋସିନ ଲିଟର ପିଛା ସରକାରୀ ମୂଲ୍ୟ୨୬ ଟଙ୍କା ଥିବାବଳେ ହିତାଧିକାରୀଙ୍କ ଠାରୁ ୩୦ ଟଙ୍କା ନେଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଏଭଳି ଜିଲ୍ଲାବ୍ୟାପୀ କିରାସିନି ଘୋଟାଲା ହୋଇଥିବା ସନେ୍ଦହଜାତ ହେଉଛି । ଏହି କିରାସିନି ଘୋଟାଲାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷି ଅଧିକାରୀ, କର୍ମଚାରୀ ଓ ଡିଲର ମାଲିକଙ୍କ ବିରୋଧରେ କାର୍ଯ୍ୟନୁÂାନ ଗ୍ରହଣ କରିବାକୁ ଦାବି କରିଥିଲେ । ନଚେତ ଆଗାମୀ ଦିନରେ ହିତାଧିକାରୀଙ୍କୁ ନେଇ ରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କରାଙ୍ଗାମାଳ ପଞ୍ଚାୟତ ସମିତି ସଭ୍ୟପୁରନ୍ଦର ମାଝି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଦେବସିଂ ମାଝି, ନାଏବ ସରପଞ୍ଚ ରାଜୁ ହେର୍ଣ୍ଣା, ବିନୋଦ ବାଗ, ବେଣୁଧର ଜଗତ, ସଂଜୟ ଜାଲ, ତେଜରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons