ବିନିକା,(ବି.ବି.ନୁ୍ୟଜ୍): ଗତକାଲି ରାତିରେ ଏକ କାର୍ରେ ବେଆଇନ ଟଙ୍କା ଯାଉଥିବା ଖବର ପାଇଁ ବିନିକା ପୁଲିସ୍ ଗାଡିÿକୁ ଜବତ କରିଛି । ଗାଡ଼ିର ଡ୍ରାଇଭର ଫେରାର୍ ମାରିଥିବା ବେଳେ ଅନ୍ୟଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଛତିଶଗଡ଼ ରାଜ୍ୟର ଜିରଛପା ଜିଲ୍ଲା ଦାଭାର ଥାନା ସପିଆ ଗାଁର ଲଳିତ ଗୋରେକ (୩୩) ।
ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରାମପୁର ପଟରୁ ବିନିକା ଦେଇ ସୋନପୁର ଆଡ଼କୁ କାର୍ (ସିଜି ୧୨ ଡି ୮୮୩୩) ଦ୍ରୁତ ଗତିରେ ଯାଉଥିଲା । ଏନେଇ ଖବର ପାଇ ଥାନାଅଧିକାରୀ କୁଶ ପାଣିଗ୍ରାହୀ ଓ ଏସ୍ଆଇ ଟଙ୍କଧର ଛତ୍ରିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ଉକ୍ତ ଗାଡ଼କୁ ଥାନା ସମ୍ମୁଖରେ ଅଟକାଇଥିଲେ । ଉକ୍ତ କାର ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଫେରାର୍ ହୋଇଯାଇଥିଲା । ପରେ କାରକୁ ଥାନାକୁ ଆଣି ପୁଲିସ ଜବତ କରିଛି । ଆଜି ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ବିନକା ତହସିଲର ଇନ-ଚାର୍ଚ୍ଚ ତ୍ରିପୁର ମହାନନ୍ଦ ଥାନାକୁ ଆସିବା ପରେ ଯାଞ୍ଚ କରିଥିଲେ । ଗାଡିÿରୁ ୧୦୦ ଟଙ୍କିଆ ନୋଟ୍ ୧ ଲକ୍ଷ ୬ ହଜାର ୯ଶହ, ୫୦ ଟଙ୍କିଆ ନୋଟ୍ ୩୧ ହଜାର ୬ଶହ ପଚାଶ, ୨୦ଟଙ୍କିଆ ୧୧ ହଜାର ୫ ଶହ ଚାଳିଶ , ୧୦ ଟଙ୍କିଆ ୭ ହଜାର ୪ ଶହ ପଚାଶ ଏହିପରି ସର୍ବମୋଟ ୧ଲକ୍ଷ ୫୭ ହଜାର ୫ ଶହ ଚାଳିଶ ଟଙ୍କା ଜବତ୍ କରାଯାଇଛି । ଲଳିତକୁ ପୁଲିସ୍ ପଚରା ଉଚୁରା ଜାରି ରଖିଛି । ଏନେଇ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି କେସର ତଦନ୍ତ ଦାୟିତ୍ୱ ଏଏସ୍ଆଇ ଶଙ୍କର କୁମ୍ଭାର ନେଇଛନ୍ତି ।
Comments are closed, but trackbacks and pingbacks are open.