ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ମହାନଦୀର ଅପରପାଶ୍ୱର୍ର ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ କିଆକଟା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।
ସୂଚନାମତେ ରାତି ପ୍ରାୟ ୧୨.୩୦ରେ ବଲାଙ୍ଗିର ଅଞ୍ଚଳର ଏକ କାର୍ (ଓଡି ୦୩ ଏ ୨୨୫୫) ରେଢାଖୋଲ୍-ବୌଦ୍ଧ ରାସ୍ତାର କିଆକଟା ଛକ ନିକଟରେ ରାସ୍ତା କଡ଼ରେ ରଖି ଯାତ୍ରୀମାନେ ପରିଶ୍ରା କରିବାକୁ ଯାଇଥିଲେ । ଏହି ସମୟରେ ହୀରାକୁଦରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍ (ଓଡି ୦୨ ଏ କେ ୮୧୮୮) କାର୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ କାରରେ ଥିବା ଡ୍ରାଇଭର ସମେତ ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ଭବାନୀପାଟଣାର କାମଠଣା ଗାଁର ଶ୍ରୀକୃଷ୍ଣ ପଟେଲ ଓ ଯାତ୍ରୀ ଜଣକ ଜନାର୍ଦ୍ଧନ ମହାପାତ୍ର (୪୬)ଙ୍କ ବୋଲି ଜଣାପଡ଼ିଛି । ସେମାନେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯାତ୍ରିବାହୀ ବସରେ ପ୍ରାୟ ୬୦ଜଣ ଯାତ୍ରୀ ବସିଥିବାବେଳେ ୨୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିରୁ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆହତ ଟି. ରାଜେଶ୍ୱରୀ, ଇ. ମନାରାଓ, ନଳିନୀ ସ୍ୱାଇଁ, ସଞ୍ଜୁ ନାଏକ, ସୁରେଶ ଛତ୍ରିଆ, ସାଗରିକା ଛତ୍ରିଆ, ତାପସ ରଞ୍ଜନ ବଡପଣ୍ଡା, ବାସନ୍ତୀ ପ୍ରଧାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସେହିପରି ମିଥୁନ ବେହେରା, ଭାନିଲା ରାଓ, ବବିତା ପଟ୍ଟନାୟକ, ଆଦିତ୍ୟ ପଣ୍ଡା କୁଳମଣି କିଶାନ, ଗଣେଶ ପଣ୍ଡା, ଅନା ବେହେରାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ କିଆକଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.