
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଖଲିଗୁଡ଼ା ଗାଁ ନିକଟରେ ଜଣେ ବ୍ୟବସାୟୀଙ୍କ କାର୍ କାଚ ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଜଣଙ୍କ ହେଲେ କେ.ଉଦୟକୁମାର କୁମନ୍ଦନ ।
ଘଟଣାରୁ ପ୍ରକାଶ ଯେ, ଉଦୟକୁମାର ସ୍ଥାନୀୟ ଓଭରସିଜ ବ୍ୟାଙ୍କରୁ ଦେଢ଼ଲକ୍ଷ ଟଙ୍କା ଉଠାଇବା ପରେ ତାଙ୍କ ବ୍ୟବସାୟ କାର୍ଯ୍ୟରେ ଖଲିଗୁଡ଼ା ସ୍ଥିତ ଗୋଦାମକୁ ଯାଇଥିଲେ । ପୂର୍ବାହ୍ନ ୧୧ ଟାରେ ଟଙ୍କା ଉଠାଇ ନିଜ କାର୍(ଓଡି-୧୮-୬୫୬୭)ରେ ରଖି ଗୋଦାମକୁ ଯାଇଥିଲେ । ଗୋଦାମ ବାହାରେ କାର୍ ରଖି ସେ ଭିତରକୁ ଯାଇ ଫେରିବା ସମୟରେ କାର୍ର କାଚ ଭଙ୍ଗା ହୋଇଥିବା ଓ ଭିତରେ ଥିବା ଟଙ୍କା ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ରାୟଗଡ଼ା ଥାନାକୁ ଯାଇ ଅଭିଯୋଗ କରିଥିଲେ । ହେଲେ ରାୟଗଡ଼ା ସହର ଉପକଣ୍ଠ ଖଲିଗୁଡ଼ା ଗାଁ ଚାନ୍ଦିଲି ଥାନା ଅ%ୀନରେ ଥିବାରୁ ପୁଲିସ ତାଙ୍କୁ ଚାନ୍ଦିଲି ପଠାଇ ଦେଇଥିଲା । ଚାନ୍ଦିଲି ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । ଲୁଟେରାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ସୂଚନା ପାଇପାରି ନାହିଁ । ଲୁଟେରାମାନେ ବ୍ୟବସାୟୀଙ୍କୁ ବ୍ୟାଙ୍କରୁ ହିଁ ପିଛା କରୁଥିବା ପୁଲିସ ଅନୁମାନ କରିଛି । ବ୍ୟାଙ୍କର ସିସିଟିଭି ଫୁଟେଜ ସଂଗ୍ରହକରି ଲୁଟେରାଙ୍କୁ %ରିବା ପାଇଁ ଉଦ୍ୟମ ଚାଲିଥିବା ଚାନ୍ଦିଲି ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ର%ାନ କହିଛନ୍ତି । ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ କାର୍ କାଚ ଭାଙ୍ଗି ଟଙ୍କା ଲୁଟ୍ କରିବା ସମସ୍ତଙ୍କୁ ଚକିତ କରିଦେଇଛି । କିଛି ଦିନର ନିରବତା ପରେ ଲୁଟେରାମାନେ ସହର ଓ ଏହାର ଆଖପାଖ ଅଞ୍ଚଳରେ ପୁଣି ସକ୍ରିୟ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ଲୁଟେରାଙ୍କ ବିରୋ%ରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବ୍ୟବସାୟୀ ମହଲ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.