ଫୁଲବାଣୀ,(ବି.ବି.ନୁୂ୍ୟଜ୍): ରବିବାର ଟିକାବାଲି ଥାନା ଅଧୀନ କାବୁଲାଗାଁ ନିକଟରେ ଏକ କାର୍ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ନୟାଗଡ଼ର କେ.ବୈକୁଣ୍ଠ ଆଚାରୀଙ୍କ ପୁଅ କେ.ସମେଶ୍ୱର(୩୮) ।
ସମେଶ୍ୱରଙ୍କର ଅଳଙ୍କାର ବ୍ୟବସୟ ରହିଛି । ସେ ଆଜି କୌଣସି କାମରେ ବ୍ରହ୍ମପୁର ଯାଇଥିଲେ । ସେଠାରୁ ନିଜ କାର୍(ଓଡି୨୫ବି-୧୯୧୯) ଯୋଗେ ଫୁଲବାଣୀ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ କୁବୁଲାଗାଁ ନିକଟରେ ଅସବଧାନତା ବସତଃ ରାସ୍ତାକଡ଼ରେ ଥିବା ଏକ ଶଙ୍ଖରେ କାର୍ଟି ଧକ୍କା ହୋଇଥିଲା । ଫଳରେ ସମେଶ୍ୱରଙ୍କ ଓ ତାଙ୍କ କାର୍ ଡ୍ରାଇଭର ନାରାୟଣ ସେଠୁଆ ଗୁରୁତର ଆହତ ହୋଇଥିଲେ । ଖବରପାଇ ସ୍ଥାନୀୟ ଟିମ୍ ହୁ୍ୟମାନିଟିର ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଟିକାବାଲି ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ସମେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ । ନାରାୟଣ ବର୍ଞ୍ଚମାନ ଚିକିିତ୍ସତ ହେଉଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.