କାର୍ ଦୁର୍ଘଟଣାରେ ୫ ଆହତ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ): ବାପାରଙ୍କ ଅନ୍ତେ୍ୟଷ୍ଟି ପାଇଁ ପରିବାର ସହ ଘରକୁ ଫେରୁଥିଲେ ଦୁଇ ପୁଅ । ହେଲେ ବାଟରେ ସତେଯେମିତି ଜଗି ବସିଥିଲା ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ କାର୍ ଦୁର୍ଘଟଣାରେ ଆହତ ହେଲେ ପରିବାରର ୫ ସଦସ୍ୟ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ସୂଚନାମତେ, କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ରୁହନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବୋଡେ଼ନ ଥାନା ଜାମଗାଁର ଦୁଇ ଭାଇ ତପେଶ୍ୱର ମେହେର (୫୫) ଏବଂ ହରିପ୍ରସାଦ ମେହେର(୪୫) । ବାପାଙ୍କ ମୃତୁ୍ୟ ଖବର ପାଇବା ପରେ ପରିବାର ଏକ କାର୍ରେ ତୁରନ୍ତ ପୈତୃକ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଗାଁକୁ ଶୀଘ୍ର ପହଞ୍ଚିବା ଲାଗି ବଡ଼ ଭାଇ ତପେଶ୍ୱର କାର୍କୁ ଦ୍ରୁତ ଗତିରେ ଚଲାଇଥିଲେ । ଫଳରେ ବାଟରେ କୋକସରା ବ୍ଲକ୍ ଆମପାଣି ଧର୍ମଗଡ ବିଜୁ ଏrପ୍ରେସ ୱେ ରାସ୍ତା ଘଣ୍ଟିଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତପେଶ୍ୱର, ତାଙ୍କ ପତ୍ନୀ ମନ୍ଦାକିନୀ(୫୦), ହରିପ୍ରସାଦଙ୍କ ପନôୀ ଜ୍ୟୋତ୍ସ୍ନାରାଣୀ (୩୭) ଗୁରୁତର ହୋଇଛନ୍ତି । ହରିପ୍ରସାଦ ଓ ସ୍ୱାଗତ ମେହେର(୧୪) ଅଳ୍ପ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮କୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ସହ ଆହତଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ଦୁଇ ଯାଆଙ୍କ ହାତ ଭାଙ୍ଗି ଯାଇଛି । କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୩ ଗୁରୁତରଙ୍କୁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons