ବେତନଟୀ,(ବି.ବି.ନୁ୍ୟଜ୍): ବେତନଟୀ ଥାନା ୧୮ନଂ ଜାତୀୟରାଜପଥ କରଞ୍ଜିଆ ଜଙ୍ଗଲ ନିକଟରେ ସୋମବାର ଅପରାହ୍ଣ ସମୟରେ ଦୃତଗାମୀ ଟ୍ରକ ସାଇଡ୍ ମାରିବାରୁ ବାରିପଦା ଅଭିମୁଖେ ଯାଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା । ତେବେ ଉକ୍ତ ଟ୍ରକଟି ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ବାରିପଦା ଉପକଣ୍ଠ କରତବସା ଅଞ୍ଚଳର ଏକ ପରିବାର କାର(ଓଆର-୦୨ଏଏନ-୫୮୯୭)ଯୋଗେ ବାରିପଦା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କାରରେ ପରିବାରର ଦୁଇ ମହିଳା, ଜଣେ ଛୋଟଛୁଆ ସମେତ ଚାଳକଙ୍କୁ ମିଶାଇ ୫ଜଣ ଥିଲେ । ସମସ୍ତ ଗୁରୁତରଙ୍କୁ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
Comments are closed, but trackbacks and pingbacks are open.