ଜଗତସିଂହପୁର/ତିର୍ତ୍ତୋଲ,(ବି.ବି.ନୁ୍ୟଜ): କଟକ-ପାରାଦୀପ ରାସ୍ତାର କୋଟକଣା ଛକରେ ଏକ ଇନୋଭା କାର୍ ଧକ୍କାରେ ଜଣେ ୫ବର୍ଷ ଶିଶୁର ମର୍ମତୁଦ ମୃତୁ୍ୟ ଘଟିଛି । ଦୁର୍ଘଟଣା ଘଟାଇବା ପରେ ଇନୋଭା କାରଟି ରାହାମା ଅଭିମୁଖେ ଖସି ପଳାଇଥିଲା । ତିର୍ତ୍ତୋଲ ପୁଲିସ ଇନୋଭାକୁ ରାସ୍ତା ଉପରୁ ଜବତ କରିବା ସହ ଚାଳକଙ୍କୁ କାବୁ କରିଛନ୍ତି । ସନ୍ଧ୍ୟା ସମୟରେ କୋଟକଣା ଛକରେ ରହିଥିବା ଆଦିବାସୀ ବସ୍ତିର ସୁର ସିଂଙ୍କ ପୁଅ ରାହୁଲ ସିଂ(୫) ରାସ୍ତା ପାଶ୍ୱର୍କୁ ଚାଲି ଆସିଥିଲେ । ଏହି ସମୟରେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଇନୋଭା କାର୍ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ମୁମୂର୍ଷୁ ଅବସ୍ଥାରେ ରାହୁଲଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇନୋଭାଟି ଭୁବନେଶ୍ୱରରୁ ଭଡ଼ାରେ ପାରାଦୀପ ଆସୁଥିଲା । ଥାନାରେ ଅଟକ ରହିଥିବା ଇନୋଭା କାର ଚାଳକ ହେଉଛନ୍ତି ରସିକାନ୍ତ ସାହୁ । ଘର ଢେଙ୍କାନାଳ ଜିଲ୍ଲା ବାଲିପଶି ଗ୍ରାମରେ ।


Comments are closed, but trackbacks and pingbacks are open.