କାର୍ ସହ ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ମୈଦଲରପୁର,(ବି.ବି.ନୁ୍ୟଜ୍): ମୈଦଲପୁର ପୁଲିସ ଗତ ଗୁରୁବାର ସନ୍ଧ୍ୟାରେ ଏଠାରୁ ଏକ କାର୍ ସହ ଏକ କୁଇଣ୍ଟାଲ ୪୨ କେଜି ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଧରାକୋଟ ଅଂଚଳର ମନୋଜ ଖରା ଓ କୋରାପୁଟର ରଞ୍ଜନ ଗୋଲରୀ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି ।
ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ନେଇ ପୁଲିସ ନିକଟକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ପାପଡାହାଣ୍ଡି ପଟରୁ ଉକ୍ତ କାର୍(ଓଡି୦୨୮୦୮୧)ରେ ଗଞ୍ଜେଇ ଆସୁଥିଲେ । ସନ୍ଧ୍ୟାରେ ସେମଳା ନିକଟରେ ପୁଲିସ ଗାଡିକୁ ଜଗି ରହିଥିଲା । ପୁଲିସକୁ ଦେଖି ଗାଡି ଚାଳକ ରାସ୍ତା ବଦଳାଇ ପାଇକକତରା ରାସ୍ତାରେ ଫେରାର୍ ହୋଇ ଯାଇଥିଲା । ପୁଲିସ ଏହାର ପିଛା କରିବାରୁ ପାଇକକତରା ବ୍ରିଜ୍ ନିକଟରେ ଗାଡି ଛାଡି ଚାଳକ ଓ ଅନ୍ୟ ଜଣେ ବିଲପ୍ରାନ୍ତର ଦେଇ ଦୌଡି ପଳାଉଥିଲେ । ଏମାନଙ୍କ ପିଛା କରି ପୁଲିସ ପ୍ରବୀଣ ପାଞ୍ଜିଆ, ନରେଶ ବିଶୋୟୀ, ପ୍ରଫୁଲ୍ଲ ହରିଜନ ଉଭୟଙ୍କୁ ଧରିଥିଲେ । ଯାଂଚବେଳେ ଗାଡି ଭିତରୁ ଦୁଇଟି ନକଲି ନମ୍ବର ପ୍ଲେଟ ସହ ଗଞ୍ଜେଇ ମିଳିଥିଲା । ଶୁକ୍ରବାର ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଛି । ଯାହା ୧ କୁଇଣ୍ଟାଲ ୪୫ କେଜି ଜଣାପଡିଛି । ଓଜନ ବେଳେ ଡିଏସ୍ପି ଆଦିତ୍ୟ ସେନ, ଆଇଆଇସି ଶୁଭେନ୍ଦୁ ଶବର, ହମିଥ୍ ମାଝି, ଅନାମ ଦିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons