କାର୍ ସହ ୧୦୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଫିରିଙ୍ଗିଆ ପୁଲିସ୍ ଗତକାଲି ଏକ କାର ସହ ୧୦୨ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ କାର ଡ୍ରାଇଭର ସାଡିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଲେଣ୍ଡ୍ରିଗାଁର ଅନାମିକା ଦିଗାଲ(୨୯) । ଗିରଫ ଅଭିଯୁକ୍ତ ବିରୋଧରେ ମାମଲା ୭୮/୨୦ ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାଓ ସୂଚନା ଦେଇଛନ୍ତି । ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ ଏକ କାର୍ (ଓଡି୦୨ଏଫ-୦୩୧୨)ରେ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଏକ ଟିମ୍ ମାଝିପଡ଼ା ଠାରେ ଚଢଉ କରିଥିଲା । ଚଢଉ ବେଳେ କାରରୁ ୧୦୨ କେଜି ଗଞ୍ଜେଇ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons