କାର୍ ସହ ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ଧରୁନାହିଁ । ଆଜି ଲଗାତର ତୃତୀୟ ଦିନରେ ଦାରିଙ୍ଗବାଡ଼ି ପୁଲିସ କାର୍ ସହ ୨୨ କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୋରିକିଆ ଗ୍ରାମର ଗେଗୁ ମଲ୍ଲିକ(୩୬) ଓ ଗୋବିନ୍ଦ ମଲ୍ଲିକ(୫୫) । ଆଜି ପୂର୍ବାହ୍ନରେ ବାଲିଗୁଡ଼ା ଅଞ୍ଚଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ଚଢ଼ଉ କରି ଏକ କାର୍(ଓଆର୦୨ଏଏଚ -୫୫୬୭) ସହ ୨୨ କିଲୋ ଗଞ୍ଜେଇ ଜବତ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସୋମବାର ସକାଳେ ବାଲିଗୁଡା ଅଞ୍ଚଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ଦାରିଙ୍ଗବାଡି ପୁଲିସ ସୂଚନା ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିଦେ୍ର୍ଧଶ କ୍ରମେ ଏସ୍ଆଇ ଗୋପାଳକୃଷ୍ଟ ଆଗୁପାତ୍ରା, ସୌମ୍ୟରଞ୍ଜନ ଜେନା ସମେତ ସଦଳବଦଳ ପୁଲିସ ଡାବୁଲମାହା ଘାଟିରେ କାର୍କୁ ଅଟକାଇଥିଲେ । ପୁଲିସକୁ ଦେଖି ଡ୍ରାଇଭର ଦୂରରୁ ଗାଡ଼ି ଛାଡି ଫେରାର ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ କାବୁ କରିଥିଲା । ଏଥିସହିତ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଜବତ କରିଥିଲା । ଏନେଇ ଥାନା କେସ୍ ୪୦/୨୦ ରୁଜୁ କରି ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons