କାର ଦୁର୍ଘଟଣାରେ ୨ ମୃତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ସହର ନିକଟ ନିଶ୍ୱାସ କଲେଜ ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତୁ୍ୟ ହୋଇଛି । କାର ଚାଳକ ଫୁଲବାଣୀ ହାଟପଦାସ୍ଥିତ ପିଆରୁ ନାୟକଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । କାର୍ରେ ଥିବା ଜଣେ ମହିଳା ଓ ତାଙ୍କ ୪ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ମହିଳା ଟାଉନ୍ ଥାନା ଅନ୍ତର୍ଗତ ଜିରିଙ୍ଗପଡ଼ା ରାମୋଜୀ ନାୟକଙ୍କ ସ୍ତ୍ରୀ ମଞ୍ଜୁ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହୋଇଛି ।
ସକାଳ ପ୍ରାୟ ୯ଟା । କାର (ନଂ-ଓଆର ୦୫ ଏଲ ୯୧୯୧) ଖଜୁରିପଡ଼ାରୁ ଫୁଲବାଣୀ ଆସୁଥିଲା । ଘରେ ପହଞ୍ଚିବାକୁ ମାତ୍ର ୩ କିଲୋମିଟର ରହିଥିଲା । ମାତ୍ର ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ପିଟି ହୋଇଗଲା କାରଟି । ଘଟଣାସ୍ଥଳରେ କାର ଚାଳକ ଫୁଲବାଣୀ ହାଟପଦାର ପିଆରୁଙ୍କ ମୁତୁ୍ୟ ହୋଇଯାଇଛି । କାରରେ ଥିବା ମଞ୍ଜୁ ଓ ପୁଅ ସମୀର (୪ବର୍ଷ) ଗୁରୁତର ଆହତ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଛି । ପିଆରୁଙ୍କ ମଅତାଦହ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇ ଦେଇଛି । ଗୁରୁତର ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମଞ୍ଜୁଙ୍କ ମୃତୁ୍ୟ ହୋଇଥିବା ବି.ହୁ୍ୟମାନିଟି ସଦସ୍ୟ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ଖଜୁରିପଡ଼ା ଥାନାରେ ଏନେଇ ମାମଲା ରୁଜୁ ହେବା ସହ କାର ଜବତ କରି ପୁଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons