ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ହେବ କରୋନା ଟେଷ୍ଟ । ଆଗାମୀ ୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହେବ ସ୍ୱାବ ସଂଗ୍ରହ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ସେପଟେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଦଶଟି ନିଯୋଗର ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କରିବାକୁ ଶ୍ରୀମନ୍ଦିର ପ୍ରଶାସକ ନିଷ୍ପତ୍ତି ନେଇଛି । ୨୫ ତାରିଖ ସୁଦ୍ଧା ଦଶଟି ନିଯୋଗର ସେବାୟତଙ୍କ ସଂଖ୍ୟା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଥିଲା । ତେବେ ୨୫ ତାରିଖ ବଦଳରେ ସେବାୟତ ତାଲିକା ପ୍ରଦାନର ଅବଧି ୨୭ ତାରିଖକୁ ଛୁଞ୍ଚାଇ ଦିଆଯାଇଛି ।ସେପଟେ ଗତତକାଲି ଦଳତାପତି ନିଯୋଗ ପକ୍ଷରୁ ୧୫୦ଜଣ ସେବାୟତ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଅଣସର ନୀତି କରିବା ନେଇ ସ୍ପଷ୍ଟ କରିବା ପରେ ଆଜି ଖୁଣ୍ଟିଆ ନିଯୋଗ ଭିତର ଛାମୁଖୁଣ୍ଟିଆ ସେବାୟତ କମିଟି ପକ୍ଷରୁ ହସ୍ତାନ୍ତର କରାଯାଇଛି । ୧୦ ଜଣ ଖୁଣ୍ଟିଆ ସେବକଙ୍କ ନାଁ ନିଯୋଗ ପକ୍ଷରୁ ପ୍ରଶାସନକୁ ଦିଆଯାଇଛି । ଅନିବାର୍ଯ୍ୟ ଅସୁବିଧାକୁ ନଜରରେ ରଖି ଏହି ତାଲିକାରେ ଦୁଇ ଜଣ ସେବକଙ୍କ ନାମ ଅଧିକ ଦିଆଯାଇଥିବା ଉଲ୍ଲେଖ କରାଯାଇଛି ବୋଲି ଖୁଣ୍ଟିଆ ନିଯୋଗ ପକ୍ଷରୁ କୁହାଯାଇଛି । ସେପଟେ ଆସନ୍ତାକାଲିଠାରୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବ । ପ୍ରଥମେ ଦଇତାପତି ସେବାୟତଙ୍ତକ ନମୂନା ପରୀକ୍ଷା କରାଯିବ । ମୋଟ ୧୫୦ ଦଇତାପତିଙ୍କ ହେବ କୋଭିଡ୍ ଟେଷ୍ଟ । ପରବର୍ତ୍ତୀ ପର୍ଯ୍ୟାୟରେ ଗରାବଡ଼ୁ ଓ ଅନ୍ୟ ସେବାୟତଙ୍କ କୋଭିଡ୍ ପରୀକ୍ଷା କରାଯିବ । ଦିନକୁ ପ୍ରାୟ ୭୫ ଜଣ ସେବାୟତଙ୍କ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.