କାଳବୈଶାଖୀ:ଗୁହାଳ ଉପରେ ପଡ଼ିଲା ଗଛ, ୨ ମୃତ

Get real time updates directly on you device, subscribe now.

ହିଞ୍ଜିଳିକାଟୁ (ବି.ବି.ନୁ୍ୟଜ): ଅପରାହ୍ନ ପ୍ରାୟ ସାଢେ଼ ୫ଟାରେ ଆରମ୍ଭ ହୋଇଯାଇଥିଲା କାଳବୈଶାଖୀ ପ୍ରଭାବ । ପ୍ରବଳ ବେଗରେ ପବନ ବୋହିବା ସହ ପ୍ରାୟ ୩୦ ମିନିଟ୍ ଧରି ଅବିଶ୍ରାନ୍ତ ବର୍ଷା ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଏକ ବିରାଟ କାକପୋଇ ଗଛ ଉପୁଡ଼ି ଗୁହାଳ ଉପରେ ପଡ଼ିଲା । ସେହି ସମୟରେ ଗାଈ ବାନ୍ଧିବାକୁ ଯାଇଥିବା ୨ ଜଣଙ୍କ ମୃତୁ୍ୟ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ୍ ବ୍ରହ୍ମଣଛାଇ ଗ୍ରାମରେ ଘଟିଛି । ମୃତକମାନେ ହେଲେ ସଂପୃକ୍ତ ଗ୍ରାମର ବିପ୍ର ଚରଣ ପ୍ରଧାନ (୬୫) ଓ କାହ୍ନା ପ୍ରଧାନ (୧୨) ।
ଦିନ ତମାମ ଖରା ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହେଉଥିଲା । ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା କାଳବୈଶାଖୀ । କଳାମେଘ ସାଙ୍ଗକୁ ଅନ୍ଧାର ହୋଇଗଲା । ପ୍ରବଳ ବେଗରେ ପବନ ସାଙ୍ଗକୁ ଅଧଘଣ୍ଟା ଧରି ବର୍ଷା ଛେଚିଲା । ତା ସାଙ୍ଗକୁ ବଜ୍ରପାତ । ନୂଅାଁସାହିର ବିପ୍ର ଚରଣ ପ୍ରଧାନ ଓ କାହ୍ନା ପ୍ରଧାନ ଗାଈକୁ ଗୁହାଳକୁ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ନିକଟରେ ଥିବା ଏକ କାକପୋଇ ଗଛ ଉପୁଡ଼ି ଗୁହାଳ ଉପରେ ପଡ଼ିଥିଲା । ଗାଈମାନେ ଗୁହାଳରୁ ପଳାଇଥିବାବେଳେ ବିପ୍ର ଓ କାହ୍ନା ଉପରେ ଗଛ ମାଡ଼ି ବସିଥିଲା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବାବେଳେ ନାବାଳକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ବାଟରେ ମୃତୁ୍ୟ ଘଟିଛି । ଗଛ କାଟି ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ ୫ ଓ ୬/୨୧ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତଦେହକୁ ବ୍ୟବଛେଦ ସକାଶେ ଗୁରୁବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନୁ୍ୟ ଦାସ କହିଛନ୍ତି ।
ତହସିଲଦାର ଡ.ଦୟାସିନ୍ଧୁ ପରିଡା ହିଞ୍ଜଳି ଥାନାଅଧିକାରୀ ଅଭିମନୁ୍ୟ ଦାସ ଓ ବିଡିଓ ଶମ୍ଭୁନାଥ ନନ୍ଦି ରେଡ୍କ୍ରସ୍ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିଦେ୍ର୍ଧଶ ଅନୁଯାୟୀ ମୃତକଙ୍କ ପରିବାରଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons