କାଳବୈଶାଖୀରେ ପଡ଼ିଆରେ ୬୦ରୁ ଅଧିକ ଘର ଭାଙ୍ଗିଲା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ବାତ୍ୟା ‘ୟଶ୍’ ପୂର୍ବରୁ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି । କେବଳ ଛତିଶଗଡ଼ ସୀମାନ୍ତ ପଡ଼ିଆ ବ୍ଲକ୍ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରାୟ ୬୦ରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି । ରବିବାର ଅପରାହ୍ନରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଝଡ଼ବର୍ଷା ହେବାରୁ ବହୁତ କ୍ଷୟକ୍ଷତି ଘଟିଛି । ପଡ଼ିଆ ବ୍ଲକ୍ରେ ବାସଗୃହ, ଦୋକାନ ଗୃହ, ସ୍କୁଲ୍ ଘର ଉଡ଼ାଇ ନେଇଛି । ବଡ଼ବଡ଼ ଗଛ ଭାଙ୍ଗି ଲୋଟିପଡ଼ିଛି । ‘ୟଶ୍’ ବତ୍ୟା ପଳାଇ ଆସିଲା ମନେ କରି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ । କ୍ରମଶଃ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ବଢ଼ିଥିଲା । ଏହାର ପ୍ରଭାବରେ ପଡ଼ିଆ ପଞ୍ଚାୟତର ରୁଞ୍ଜା ମାଧବ, ଦିଲ୍ଲୀପ ମଣ୍ଡଳ, ନାକା ରତ୍ନାୟା, ଆନନ୍ଦ ରାଓ, ଗୁଣ୍ଡାମ ଜାନବାବୁ, ପନ୍ଦି ମଣିକୁମାରୀ, ଚିନାମ ପ୍ରଭାବକର, ଓୟାନ୍ତାଲା ଅବଦିନିକ, ଓୟାନ୍ତାଲା ରନôାମାଳା, ଚୀନାମ ଶୋଭାନା, ଚୀନମ୍ ମୋଶେ, ପେଦି ବିଜୟ, ବାତିନିନ ଦେବଦାନମ, ଚିନାମ ଦେବେନ୍ଦ୍ରରାଜୁ, କୋଡି ରାଜକୁମାର, ଓୟାନ୍ତାଲା ସେଦରକ, ନାକା ରବିକୁମାର, ଜି ବିନୋଦଙ୍କ ସମେତ ଅନ୍ୟାମାନଙ୍କ ଘର ଛପର ଉଡ଼ାଇ ନେଇଥିଲା । ଝଡ଼ତୋଫାନ ପ୍ରଭାବରେ ବହୁ ଲୋକଙ୍କ ଘର ଭାଙ୍ଗିଛି । ପଡ଼ିଆ ବ୍ଲକ୍ରେ ଅନେକ ସ୍କୁଲ୍ର ଟିଣ ଛପର ଉଡ଼ାଇ ନେଇଛି । ଏହାବାଦ୍ ମୋଟୁ, କାଲିମେଳା, ଚିତ୍ରକୋଣ୍ଡା, ଏମ୍ଭି୭୯, ଏମ୍ଭି୭୨ ଅଞ୍ଚଳରେ ମଧ୍ୟ କାଳବୈଶାଖୀରେ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର ଆଜି ସକାଳେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନ୍ ଯୋଗାଇ ଦେଇଛନ୍ତି । ଏହାସହ କ୍ଷୟକ୍ଷତି ହୋଇଥିବା ନେଇ ତଥ୍ୟ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons