କାଳବୈଶାଖୀ ସାଜିଲା କାଳ: ଜଣେ ଯୁବକ ମୃତ

Get real time updates directly on you device, subscribe now.

ଗଂଜାମ: ଗଂଜାମ ଜିଲ୍ଲାର ପ୍ରାୟ ସମସ୍ତ ଅଂଚଳରେ ଆଜି କାଳ ବୈଶାଖର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ହେଲେ ଏଥି ମଧ୍ୟରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ବଡ଼ଗଡ଼ ଥାନା ଅନ୍ତର୍ଗତ ବାଲିପଦର ଗ୍ରାମରେ ଆମ୍ବ ଗଛ ପଡି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ମୃତକ ଗୌଡଗୋଠ ଗ୍ରାମର ନବଘନ ପାତ୍ର ହୋଇଥିବା ବେଳେ ସେ, ସମେରେନ୍ଦ୍ର ପାତ୍ରଙ୍କ ଟ୍ରାକ୍ଟରରେ ଲେବର ଭାବରେ କାମକରୁ ଥିଲେ । ବର୍ଷା ସମୟରେ ବାଲିପଦର ଗ୍ରାମକୁ ଗାଡିରେ ଲୋଡ଼ ଆଣିବାକୁ ସେ ଯାଇଥିଲେ । ଏହି ସମୟରେ ଅଧିକ ପବନ ହେବାରୁ ଗଛ ମୁଳେ ସେ ଆଶ୍ରୟ ନେଇଥିଲେ । ଗଛ ପଡି ନବଘନଙ୍କ ମୃତ୍ୟୁ ଘଟିଛି, ଖବର ପାଇ ବଡ଼ଗଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons