କାଳିଆ ଟଙ୍କା ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଲେ ରାଜ୍ୟ ସରକାର

Get real time updates directly on you device, subscribe now.

ପୁରୀ: ୟେସ ବ୍ୟାଙ୍କରୁ ୫୪୫ କୋଟି ଟଙ୍କା ଉଠାଇ ଆଣିବା ଲାଗି ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖିଥିବା ବେଳେ ଆରବିଆଇ ଏହାର ଉତ୍ତର ଦେଇଛି। ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ଏନଏସ ବିଶ୍ବନାଥନ ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ ଙ୍କ ନିକଟକୁ ଉତ୍ତର ଲେଖିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ବିଭିନ୍ନ ରାଜ୍ୟ ସରକାର ଓ ସରକାରୀ ସଂସ୍ଥା ଘରୋଇ ବ୍ୟାଙ୍କରୁ ସେମାନଙ୍କ ଟଙ୍କା ଉଠାଇ ଆଣିବା ଲାଗି ରିଜର୍ଭ ବ୍ୟାଙ୍କକୁ ଲେଖିଛନ୍ତି। ଘରୋଇ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ନୁହେଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ତେବେ ଏହା ଠିକ୍ ନୁହେଁ ବୋଲି ଆରବିଆଇ ଦର୍ଶାଇଛନ୍ତି। ଏହାଦ୍ବାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଜମା ଟଙ୍କା ବିଲ୍ କୁଲ ସୁରକ୍ଷିତ ଥିବା ଆରବିଆଇ ଜଣାଇଦେଇଛି। ଏଣୁ ଶ୍ରୀମନ୍ଦିରର ଏହି ୫୪୫ କୋଟି ଟଙ୍କା ଆରବିଆଇ ହେପାଜତରେ ଫେରିବା ଆଶାକୁ ସିଧା ଏଡ଼େଇ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons