କାଳ ହେଲା ଅନୈତିକ ସମ୍ପର୍କ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ଜନୈକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକକୁ ହାଣି ହତ୍ୟା କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଦୁଧିଆଖାଳି ଗ୍ରାମର ବିଶ୍ୱମ୍ବର ବେହେରା (୪୨) ସ୍ତ୍ରୀ ସହିତ ତାଙ୍କ ପ୍ରେମିକ ପ୍ରଶାନ୍ତ ଦାସ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ବିଶ୍ୱମ୍ବର ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ କୁରାଢ଼ିରେ ପ୍ରେମିକଙ୍କୁ ହାଣି ହତ୍ୟା କରିଥିଲେ । ଅଭିଯୁକ୍ତ ସ୍ୱାମୀ ବିଶ୍ୱମ୍ବର ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏ ବାବଦରେ ମୃତକଙ୍କ ବଡ଼ଭାଇ ଭବତୋଷ ଦାସ ଥାନାରେ ଅଭିଯୋଗ କରିବା ପରେ ଏସ୍ଡିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଏଏସ୍ଆଇ ନନ୍ଦଦୀପ ସେଠୀ ଓ କୁଶଗଡ଼ ଫାଣ୍ଡି ଅଧିକାରୀ ଭଗବାନ ଦାସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଥାନାରେ କେଶ୍ ନଂ ୧୧/୨୦୨୦ ଅନୁସାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ବୁଧବାର କୋର୍ଟ ·ଲାଣ କରାଯିବ । ମୃତ ପ୍ରଶାନ୍ତ ଦାସଙ୍କ ଘର ରାଇବଣିଆ ଥାନା ଅଧୀନ ମାକିଡ଼ିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons