କାଶ୍ମୀରକୁ ନେଇ ଭାରତକୁ ଅଲ୍-କାଏଦାର ଧମକ

Get real time updates directly on you device, subscribe now.

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ଅଲ୍-କାଏଦା ମୁଖ୍ୟ ଆୟମନ ଅଲ୍-ଜୱାହିରି ଭାରତକୁ ଧମକ ଦେଇଛି । ଏଥିସହିତ ଭାରତ ଓ ଭାରତୀୟ ସେନା ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ମୁଜାହିଦ୍ଦିନମାନଙ୍କୁ ନିର୍ଦ୍ଦେଶ ଦେଇଛି । ଅଲ୍-କାଏଦାର ମିଡିଆ ଶାଖା ଆଜ ସବାବରେ ‘କାଶ୍ମୀରକୁ ଭୁଲ ନାହିଁ’ ଶୀର୍ଷକରେ ଏହା ପ୍ରକାଶ ପାଇଛି । ଏଥିସହିତ କାଶ୍ମୀରକୁ ହାସଲ କରିବା ପାଇଁଁ ପାକିସ୍ତାନ ସୀମାପାର ଆତଙ୍କବାଦ ଜାରି ରଖିଛି ବୋଲି ସେଥିରେ କୁହାଯାଇଛି । କାଶ୍ମୀରରେ ଭାରତୀୟ ସେନା ଉପରେ ଜିହାଦୀ ଆକ୍ରମଣ କରିବା ଲାଗି ଅଲ୍-କାଏଦା ଯୋଜନା ପ୍ରସ୍ତୁତ କରିଛି । ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ଏହାର ସେନା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ କାଶ୍ମୀରରେ ସକ୍ରିୟ ଥିବା ମୁଜାହିଦ୍ଦିନମାନଙ୍କୁ ଜୱାହିରି କହିଛି । ଯଦି ଓ ଜୱାହିରି ଜମ୍ମୁ-କାଶ୍ମୀରରେ ସକ୍ରିୟ ଥିବା ଅନସାର ଗଜୱତ-ଉଲ୍-ହିନ୍ଦ୍ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଜାକିର ମୁସା (ବର୍ତ୍ତମାନ ମୃତ) ସମ୍ପର୍କରେ କିଛି ଉଲ୍ଲେଖ କରିନାହିଁ ତେବେ ସେ ଭାଷଣ ଦେଉଥିବା ବେଳେ ତାହା ପଛରେ ଜାକିର ମୁସାର ପୋଷ୍ଟର ଲଗାଯାଇଥିବା ଫଟୋ ପ୍ରକାଶ ପାଇଛି । ମୁସାର ମୃତ୍ୟୁ ପରେ ସେଠାରେ ସଙ୍ଗଠନର ନୂଆ ଦାୟିତ୍ୱ ଅବଦୁଲ ହମିଦ ଲାଲହରିକୁ ଦିଆଯାଇଛି । କାଶ୍ମୀରେ ଜିହାଦୀ ସକ୍ରିୟ ରହିବା ପଛରେ ପାକିସ୍ତାନର ହାତ ଥିବା ଉଭୟ ମୁସା ଓ ଲାଲହରି ସ୍ୱୀକାର କରିଥିଲେ ମଧ୍ୟ ସେମାନେ ପାକିସ୍ତାନକୁ କେବେ ବି ବିଶ୍ୱାସ କରାଯିବା କଥା ନୁହେଁ ବୋଲି ମଧ୍ୟ କହିଥିଲେ । ସେହିଭଳି ଜୱାହିରି ତାର ଭାଷଣରେ ପାକିସ୍ତାନୀ ସେନା ଓ ସେଠାକାର ସରକାରକୁ ଆମେରିକାର ଚାଟୁକାର ବୋଲି ବର୍ଣ୍ଣନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons