କିଏ ହେବ ରଜ ରାଣୀ

Get real time updates directly on you device, subscribe now.

ସବୁ ବର୍ଷ ପରି ଏଥର ରଜରେ ହେବ ମଉଜ । ପାନ, ପୋଡ଼ ପିଠା ସାଙ୍ଗକୁ ସିନେମା ଦେଖା ହେବ । ସେଥିପାଇଁ ଗୋଟେ କି ଯୋଡ଼େ ନୁହେଁ, ଏକାବେଳେକେ ସିନେମାଘରକୁ ଆସୁଛି ୪ଟି ଫିଲ୍ମ । ଅକ୍ଷୟ ପରିଜା ପ୍ରଡକ୍ସନ୍ର ‘ୟୁ’ ସାର୍ଟିଫିକେଟ୍ ମାନ୍ୟତା ପ୍ରାପ୍ତ ସିନେମା ‘ଚିର୍କୁଟ୍’, ପଞ୍ଚବଟୀ ସିନେ କ୍ରିଏସନ୍ ନିବେଦିତ ‘ସେଲ୍ଫିସ୍ ଦିଲ୍’ ସହ ତରଙ୍ଗର ‘ଗୋଲମାଲ୍ ଲଭ୍’ ଏବଂ କୁହୁ ସିନେ କୁହୁ ସିନେ ଫ୍ଲିକ୍ସ ବ୍ୟାନର ମିଳିତ ସହଯୋଗରେ ‘ତୁ ମୋ ଲଭ୍ଷ୍ଟୋରୀ-୨’ । ଏହି ଫିଲ୍ମମାନଙ୍କରେ ପ୍ରମୁଖ ନାୟିକା ଚରିତ୍ରରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀମାନେ ନିଜ ଅଭିନୟକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି । କାହିଁକି ନା ଏ ରଜ ସେମାନଙ୍କୁ ଦେବ ଫ୍ୟୁଚର୍ ଅଫର୍ । ତେବେ ଜାଣିବା ସେମାନଙ୍କ ମଧ୍ୟରେ କିଏ କିଏ ରହିଛନ୍ତି ।
ଟିକ୍ଟକ୍ରୁ ଟିକେଟ୍ ପାଇ ‘ଚିର୍କୁଟ’ ପ୍ରଥମ ଥର ପାଇଁ ଓଲିଉଡରେ ପାଦ ଥାପିଛନ୍ତି ଏକ୍ଦମ୍ ନୂଆ, ଏକ୍ଦମ୍ ଫ୍ରେସ୍ ନବାଗତା ଅନନ୍ୟା ମହାନ୍ତି । ପ୍ରଥମ ଥର ଅଭିନେତାରୁ ନିର୍ଦ୍ଦେଶକ ବନିଥିବା ପପୁ ପମ୍ପମ୍ ତାଙ୍କ ଟିକ୍ଟକ୍ ଭିଡିଓରେ ପ୍ରଭାବିତ ହୋଇ ତାଙ୍କୁ ସାଥୀରେ ନେଇଛନ୍ତି । ଶୁଣିବାକୁ ମିଳୁଛି ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଛନ୍ତି, ଯଦି ଏ ପରୀକ୍ଷା ଅନନ୍ୟା ପାସ୍ ହୋଇଯାଆନ୍ତି ତେବେ ତାଙ୍କ ଭାଗ୍ୟ ଫିଟିଗଲା ବୋଲି ଜାଣ । ଏହା ସତ ଯେ, ସବୁବେଳେ ନାୟିକା ସନ୍ଧାନରେ ରହୁଥିବା ଓଲିଉଡକୁ ଜଣେ ନୂଆ ନାୟିକା ମିଳିଲେ ।
ସେହିପରି ‘ସେଲ୍ଫିସ୍ ଦିଲ୍’ରେ ସମସ୍ତଙ୍କୁ ଦିଲ୍ ଦେବାକୁ କି ଦିଲ୍ ଚୋରେଇବାକୁ ଆସିବେ ତାହା ତ ଜଣାନାହିଁ କିନ୍ତୁ ସେ ଆସୁଛନ୍ତି । ‘ମୁଁ ବି ହେବି ହିରୋଇନ୍ ସିଜନ୍-୨’ ବିଜୟିନୀର ମୁକୁଟ ପିନ୍ଧି ର‌୍ୟାଶ୍ଛ୍ରେ ମଡେଲିଂ କରୁଥିବା ସୂର୍ଯ୍ୟମୟୀ ମିସ୍ ଭାଇଜାଗ୍ ରନର୍ସଅପ୍
ହୋଇଛନ୍ତି । ମଡେଲିଂରେ ଇଚ୍ଛା ଥିଲେ ବି ଅଭିନୟ ସୁଯୋଗକୁ ହାତଛଡ଼ା କରିନାହାନ୍ତି । ‘ଭଲ ପାଏ ତତେ ୧୦୦ରୁ ୧୦୦’ରୁ ଆରମ୍ଭ କରି ‘ଆଖି ଖୋଲିଲେ ତୁ ତୁହିତୁ’, ‘ଶକ୍ତି’, ‘କ୍ରିଷ୍ଣା’ ଭଳି ସିନେମା ମା୍ମମରେ ନିଜର ସ୍ୱତନ୍ତ୍ର ଦର୍ଶକ ସୃଷ୍ଟି କରିଛନ୍ତି । ଏବେ ‘କ୍ରେଜି-୪’ ଶୁଟିଂରେ ବ୍ୟସ୍ତ ଥିବାବେଳେ ରଜରେ ନବାଗତ ଶ୍ରେୟାନ୍ଙ୍କୁ ସାଥୀରେ ଧରି ପରଦାରେ ରାଜ୍ କରିବାକୁ ସ୍ଥିର କରିସାରିଛନ୍ତି ।
ନାୟକ ବାବୁସାନଙ୍କ ସହ ଗୋଳମାଳିଆ ପ୍ରେମ କରି ଧରାପଡ଼ିଛନ୍ତି ତମନ୍ନା । ସେଥିପାଇଁ ରଜରେ ନେଇ ଆସୁଛନ୍ତି ‘ଗୋଲ୍ମାଲ୍ ଲଭ୍’ । ଏ ବି ‘ରଜ କୁଇନ୍’ ସାଜି ‘ମୁଁ ବି ହେବି ହିରୋଇନ୍ ସିଜନ୍-୨୦୧୫’ର ରନର୍ସ ଅପ୍ ହୋଇଥିଲେ । ମଡେଲିଂରେ ବେଶ୍ ରୁଚି ରଖୁଥିବା ତମନ୍ନା ମିସ୍ ଡିଭା-୨୦୧୮ରେ ଟପ୍ ୧୦ରେ ରହିଥିଲେ । କିନ୍ତୁ ଅଭିନୟ ପ୍ରତି ଦୁର୍ବଳତା ଶେଷରେ ତାଙ୍କୁ ସିନେମାରେ ସୁଯୋଗ ଦେଲା । ପ୍ରଥମ କରି ଫିଲ୍ମ ‘ଜୋକର’ରେ ପପୁଙ୍କ ବିପକ୍ଷରେ ନାୟିକା ସାଜିଲେ । ଯାହା ଆଜି ପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ଏହାପରେ ସେ ‘ନିଝୁମ ରାତିର ସାଥୀ’ ଏବଂ ‘ଭାଇନା କ’ଣ ସେ’ରେ ଅଭିନୟ କରି ପ୍ରଶଂସା ସାଉଁଟିଲା ପରେ ଅନୁଭବଙ୍କ ସହ ‘ପ୍ରେମ୍କୁମାର’, ଅର୍ଦ୍ଧେନ୍ଦୁଙ୍କ ସହ ‘ବ୍ଲାକ୍ମେଲ୍’ରେ ଅଭିନୟ କରି ଚର୍ଚ୍ଚାରେ ରହିଲେ । ଚଳିତବର୍ଷ ତାଙ୍କୁ ବାବୁଙ୍କ ବିପକ୍ଷରେ ନାୟିକା ସଜେଇ ତରଙ୍ଗ ପରଦାକୁ ଓହ୍ଲାଇଛି । ଏପଟେ ସେ ତାଙ୍କର ଆଗାମୀ ଫିଲ୍ମ ‘ସୁପର୍ବୟ’କୁ ନେଇ ବ୍ୟସ୍ତ ଥିବାବେଳେ ରଜ ବଜାର ତାଙ୍କର ହେବ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।
ଏସମସ୍ତଙ୍କ ସହ ଏକାକୀ ଲଢ଼ିବେ ଭୂମିକା । ୨ବର୍ଷ ତଳର ପୁରୁଣା ପ୍ରେମକୁ ପୁଣି ଥରେ ମନେପକାଇ ସାଙ୍ଗରେ ସାଥୀଙ୍କୁ ଧରି ପରଦାକୁ େ‘ରିଛନ୍ତି ‘ତୁ ମୋ ଲଭ୍ଷ୍ଟୋରୀ-୨’ ନେଇ । ଏଥିସହ ତାଙ୍କୁ ସହଯୋଗ କରିବାକୁ ପାଖେ ପାଖେ ଅଭିଜ୍ଞତା ସମ୍ପନ୍ନ ଅଭିନେତ୍ରୀ ଅନୁ ରହିଛନ୍ତି । ସିନେମାରେ ଉଭୟଙ୍କର ପ୍ରେମ କାହାଣୀକୁ ଦେଖାଯାଇଛି । କୁହାଯାଉଛି ସିନେମାଟି ପୂର୍ବ ସିନେମାର ସିକ୍ୱେଲ୍ ନୁହେଁ ବରଂ ଦୁଇଟି ପ୍ରେମ କାହାଣୀ ଉପରେ ଆଧାରିତ । ତେଣୁ ଓଲିଉଡରେ ଅନେକ ନାୟିକା ପଛରେ ପକାଇ ଦେଇଥିବା ଭୂମିକା-ଅନୁ ନିଜ ଫିଲ୍ମକୁ ନେଇ ରଜ ବଜାରରେ ବାଜିମାତ୍ କରିବେ । ବଡ଼ କଥା ହେଲା ଏଥିରେ ଅନ୍ୟାନ୍ୟ ସହଯୋଗୀ କଳାକାରମାନେ ବି ଭଲ ରହିଛନ୍ତି । ତେଣୁ ନିଜ ବଳରେ ହେଉ କି ଅନ୍ୟମାନଙ୍କ ବଳରେ ଭୂମିକା-ଅନୁ ବାଜି ଜିତିବେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons