କିକ୍ ବକ୍ସର୍ ‘ବିଶ୍ୱରୂପ’

Get real time updates directly on you device, subscribe now.

କିକ୍ ବକ୍ସିଂକୁ ନେଇ ଏବି କ୍ରିଏସନ୍ସର ପ୍ରଥମ ଅବଦାନରେ ନିର୍ମିତ ହେଉଛି ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍’ । ଆକ୍ସନ୍, ସସ୍ପେନ୍ସ ଏବଂ ଥ୍ରୀଲର୍କୁ ନେଇ ଗତିଶୀଳ ଫିଲ୍ମର କଥାବସ୍ତୁ । କାହାଣୀର ନାୟକ ସାଧାରଣ ବିଶ୍ୱରୁ କିପରି ବିଶ୍ୱରୂପ ଧାରଣ କରୁଛି, ତାକୁ ଦେଖାଯାଇଛି । ସିନେମାର ମୁଖ୍ୟ ଭୂମିକାରେ ବିଶ୍ୱରୂପ, ତନୁଷ୍କା ଓ ଅମ୍ରିତା ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର, ଶିବ, ରକ୍ ପାତ୍ର, ଶ୍ୱେତା ଆଚାର୍ଯ୍ୟ, ଜୟାଗୋସ୍ୱାମୀ, ଦେବୀ ବାରିକ, କାଳୀ ଏବଂ ଶିଶୁ କଳାକାର ଓମ୍ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ସରୋଜକାନ୍ତ । ପ୍ରଯୋଜନା କରିଛନ୍ତି ବିଶ୍ୱଜିତ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ । ଗୀତଗୁଡ଼ିକୁ ଗାଇଛନ୍ତି ଦୀପ୍ତିରେଖା, ବିଷ୍ଣୁମୋହନ, ତାରିକ୍ ଅଜିଜ୍, ରାଜନନ୍ଦିନୀ, ସ୍ୱୟମ ପାଢ଼ୀ, ଅନୁରାଗ, ସତ୍ୟଜିତ ପ୍ରମୁଖ କଣ୍ଠଶିଳ୍ପୀ । ଫିଲ୍ମର ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons