କିଛି ଲୋକ ନିଜସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି: ଖାରବେଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ଚଳିତ ବର୍ଷ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବାପରେ ରାଜ୍ୟରେ ରାଜନୀତିକ ବ୍ରାନବାଜି ଥମିବାର ନାଁ ଧରୁନି । ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରଥଯାତ୍ରା ହେଉ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁ ନାହାନ୍ତି । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି । ବର୍ତ୍ତମାନର କରୋନା ମହାମାରୀ ସମୟରେ ରଥଯାତ୍ରା ହେବା ଅନୁଚିତ । ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କାଏମ ରହୁ । ଶ୍ରୀମନ୍ଦିର ପରିଚାଳନା କମିଟି କ’ଣ କହିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ବିଶ୍ୱସ୍ତରରେ ଆଶଙ୍କାରେ ହଜ୍, ଆଇପିଏଲ୍, ଆଇମ୍ପିକ ବନ୍ଦ ହେଲା । ରଥଯାତ୍ରା କେମିତି ହେବ । ଗଜପତି ମହାରାଜାଙ୍କ ଉପରେ ଏବେ ଚାପ ପଡୁଛି । ସେଥିପାଇଁ ସରକାର କୋର୍ଟରେ ଯୁକ୍ତି ରଖଇଲେନି ବୋଲି ସେ କହୁଛନ୍ତି । କିନ୍ତୁ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଗଜପତି ନିଜେ ଯାଇନଥିଲେ । କରୋନା ଦୋଷ ମୁଣ୍ଡାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନାହାନ୍ତି । ଯଦି କରୋନା ସଙ୍କଯ ମଧ୍ୟରେ ରଥଯାତ୍ରା କରିବାର ଆବଶ୍ୟକତା ଅଛି ବୋଲି ଯେଉଁମାନେ ଏବେ ଭାବୁଛନ୍ତି ସେମାନେ କାହିଁକି ସୁପି୍ରମକୋର୍ଟରେ ଯୁକ୍ତି ବାଢ଼ିଲେନି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଅନ୍ୟପକ୍ଷରେ ବରିÂ ନେତା ପ୍ରଫୁଲ୍ଲ ଘଡେଇ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ଆସିବା ରଥଯାତ୍ରା କରାଯିବା ପ୍ରସଙ୍ଗରେ ଆଉ କିଛି କୁହାଯାଇପାରିବନି । ମୋଡ଼ିଫିକେସନ ପିଟିସନର ରାୟ ଆସିଲେ ସବୁକଥା ସ୍ପଷ୍ଟ ହୋଇଯିବ । ସୁପି୍ରମକୋର୍ଟ ଆବେଦନର ପୁନବିଚାର କରୁଛନ୍ତି କି ନାହିଁ ତାହା ଜଣାପଡିଯିବ । ଏବେ ଶ୍ରୀମନ୍ଦିର ରୀତିନୀତି କେମିତି ଚାଲିବ ତର୍ଜମା ଚାଲିଛି । ବିରୋଧୀ କିଏ କ’ଣ କହିଲା ସେଥିରେ କିଛି କହିବାର ନାହିଁ । ନୀତିକାନ୍ତି ନେଇ ପରିଚାଳନା କମିଟି ଚୂଡାନ୍ତ ନିଷ୍ପତ୍ତି ନେବେ । ଟିଭିରେ ଲୋକେ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ, ଶ୍ରଦ୍ଧାଳୁ ଏବେ ଦୁଃଖୀ । କିନ୍ତୁ ସମସ୍ତଙ୍କୁ ତ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ପଡିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons