କିପରି ପ୍ରସ୍ତୁତ କରିବେ ଚିଲି ପଣସ କଠା

Get real time updates directly on you device, subscribe now.

ଭୁବନେଶ୍ୱର: ଖରାଦିନେ ବହୁଳ ପରିମାଣରେ ପଣସ କଠା ମିଳିଥାଏ । ତେଣୁ ସମସ୍ତଙ୍କ ଘରେ ପ୍ରାୟ ପଣସ କଠା ତରକାରୀ ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି ଚିଲି ପଣସ କଠା ଟ୍ଟ. କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବାଟ୍ଟ
ଆବଶ୍ୟକ ସାମଗ୍ରୀ-
ସିଝା ପଣସ କଠା, କର୍ଣ୍ଣଫ୍ଲୋର, ଅଦା, ରସୁଣ ପେଷ୍ଟ, ଚିଲି ସସ , ସୋୟା ସସ, ଟମାଟୋ ସସ, ତେଲ, ଛୋଟ ଛୋଟ ହୋଇଥିବା କଟା ରସୁଣ, କଚାଂଲଙ୍କା, ବନ୍ଧାକୋବି, କ୍ୟାପିସକମ,, ପିଆଜ, ଶୁଖିଲା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଲେମ୍ବୁ ଓ ଭିନେଗାର ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଏକ ପ୍ରାତ୍ରରେ ସିଝା ହୋଇଥିବା ପଣସ କଠା ନେଇ ସେଥିରେ କର୍ଣ୍ଣଫ୍ଲୋର, ସ୍ୱାଦ ଅନୁସାରେ ଲୁଣ, ଗୋଟେ ଚାମୁଚ ଅଦା ରସୁଣ ପେଷ୍ଟ, ଚିଲି ସସ, ସୋୟା ସସ, ଟମାଟୋ ସସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଆପଣ ଚକଟିବେ ନାହିଁ କି ପାଣି ଦେବେ ନାହିଁ ।
ଏବେ ଗ୍ୟାସରେ କଡେଇ ବସେଇ ସେଗୁଡ଼ିକୁ ଛାଣନ୍ତୁ । ଆପଣ ଏହିଠାରେ ଅଧିକ ତେଲ ଦେଇ ଡିପ୍ ଫ୍ରାୟ କରିପାରିବେ । ଏହି ସବୁ ପଣସ କଠାକୁ ଛାଣି ଏକ ପ୍ରାତ୍ରରେ ରଖନ୍ତୁ ।
ଏହାପରେ ଗରମ ହୋଇଥିବା କଡେଇରେ ଛୋଟଛୋଟ କଟା ହୋଇଥିବା ରସୁଣ, ଅଦା , କଚାଂଲଙ୍କା, ବନ୍ଧାକୋବି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହା ପରେ କ୍ୟାପିସିକମ, ପିଆଜ, ଶୁଖିଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ ।
ଏହାପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ସୋୟା ସସ, ଟମାଟୋ ସସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ସେଥିରେ ଛଣା ହୋଇଥିବା ପଣସ କଠା ପକାଇ ଆଉ ଥରେ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ଭିନେଗାର କିମ୍ବା ଲେମ୍ବୁରସ ପକାଇ ଅଳ୍ପ ସମୟ ଭାଜନ୍ତୁ । କିଛି ସମୟ ଭାଜିଲା ପରେ ପ୍ରସ୍ତୁତି ହୋଇଯିବ ପଣସ କଠା ଚିଲି ।ଏବେ ଏହାକୁ ଏକ ପାତ୍ରରେ ବାଢ଼ି ଘର ଲୋକଙ୍କୁ ଦିଅନ୍ତୁ ଓ ନିଜେ ଖାଆନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons