ଜୟପୁର: ଘରେ କେହି ନଥିବା ବେଳେ କୀଟନାଶକ ଖାଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ବୟସ ୩୫ ବର୍ଷ ଏବଂ ସେ ଫାମ୍ପୁଣିର ବାସିନ୍ଦା । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ମହିଳାଙ୍କ ସ୍ୱାମୀ ବିଲକୁ ଯାଇଥିବା ବେଳେ ଉଭୟ ଛୁଆ ପଢିବାକୁ ଯାଇଥିଲେ । ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଘରେ ଥିବା କୀଟନାଶକ ଖାଇ ଦେଇଥିଲେ । ଅର୍ଧଚେତନ ଅବସ୍ଥାରେ ଥିବା ବେଳେ ତାଙ୍କ ପୁଅ ଘରେ ପହଞ୍ଚିଥିଲେ । ବିଷ ପିଇ ଥିବା ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଏକ ବାଇକ୍ରେ ତାଙ୍କୁ ସ୍ଥାନୀୟ ଡିଏଚଏଚ୍ରେ ଭର୍ତ୍ତି କରାଯାଇଥିଲା । ହୋସ୍ ନଥିବାରୁ ବାନ୍ତି କରାଇବାରେ ସମସ୍ୟା ଦେଖା ଦେଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆମ୍ବୁଲାନ୍ସରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.