କୀଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ଜୟପୁର: କୀଟନାଶକ ପିଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ରଣ୍ଡାପାଲ୍ଲୀ ପଞ୍ଚାୟତ ଟାଙ୍କୁଗୁଡ଼ାର ପ୍ରତିମା ଗାଦବା(୫୦) । ଏ ସମ୍ପର୍କରେ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ପୁଲିସ ଶବ ଜବତ ଏବଂ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଘରର ସମସ୍ତେ ଖାଇପିଇ ଶୋଇଥିଲେ । ଆଜି ପାହାନ୍ତିଆରୁ ପ୍ରତିମା ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ଭୋର ୫ଟାରେ ଏ ସମ୍ପର୍କରେ ଘରଲୋକ ଜାଣିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ହସପିଟାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ରେଫର କରିଥିଲେ ଡାକ୍ତର । କୋରାପୁଟ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ପ୍ରତିମାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏ ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି । ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଓଆଇସି ଶ୍ରୀ ମହାକୁଡ଼ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons