କୁଅାଁରୀ ଝିଅଙ୍କୁ ଭୂତ ଭୟ:ସ୍କୁଲ ଛାଡୁଛନ୍ତି ପିଲା, ଗାଁରୁ ବିଦା ହେଉଛନ୍ତି ଝିଅ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ବିଜ୍ଞାନ ଯୁଗର ମଣିଷ ଗ୍ରହାନ୍ତର ବାସସ୍ଥଳି ପାଇଁ ଯୋଜନା କଲାଣି । ଏ କ୍ଷେତ୍ରରେ ଭାରତୀୟମାନେ ବି କିଛି କମ୍ ନୁହନ୍ତି । ହେଲେ ଦେଶର ଏଭଳି କିଛି ଅଞ୍ଚଳ ରହିଛି ଯେଉଁଠି ଏବେ ବି ମଣିଷ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଶ୍ୱାସରୁଦ୍ଧ ହୋଇ ଜୀବନ କାଟୁଛି । ଭୂତପ୍ରେତ ଭୟରୁ ଲୋକେ ମୁକୁଳି ପାରିନାହାନ୍ତି । ଭୂତ ଭୟରେ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ି ଦେଇଛନ୍ତି । କୁଅାଁରୀ ଝିଅଙ୍କୁ ଗାଁ ବାହାରକୁ ବିଦା କରି ଦିଆଯାଉଛି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ପଞ୍ଚାୟତ ନାଗଝର ଗାଁର ଏଭଳି କିଛି ଘଟଣାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା । ଗାଁରେ କୁଅାଁରୀ ଝିଅଙ୍କୁ ଭୂତ ଲାଗୁଥିବା ନେଇ କୋକୁଆ ଭୟ ଖେଳି ଯାଇଛି ।

ସିନାପାଲି ଥାନା ଝାରବନ୍ଧ ପଞ୍ଚାୟତ ନାଗଝର ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀରେ ୧୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଜୁଲାଇ ମାସରେ ସ୍କୁଲରେ ପ୍ରଥମେ ଭୂତ ବାହାରିଥିବା ଗାଁ ଲୋକେ ଦାବି କରିଛନ୍ତି । ବିଶେଷକରି ସ୍କୁଲର ଝିଅଙ୍କୁ ଭୂତ ଲାଗୁଥିବା ସେମାନେ କହିଛନ୍ତି । ଗାଁଲୋକଙ୍କ କହିବା ମୁତାବକ, ଭୂତ ଲାଗିବା ପରେ ଝିଅଙ୍କ ଆଚରଣ ବଦଳିବାରେ ଲାଗିଥିଲା । ଏଭଳି ସ୍ଥିତିରେ ପିଲାମାନେ ସ୍କୁଲ ଯିବା ଆସିବା ବନ୍ଦ କରି ଦେଇଥିଲେ । ସ୍କୁଲରେ ଉପସ୍ଥାନ ଦିନକୁ ଦିନ କମିବାରେ ଲାଗିଥିଲା । ପିଲାମାନେ ଘରେ ବସି ରହୁଥିବା ବେଳେ ଅନେକ ପିଲାଙ୍କୁ ଅନ୍ୟ ଗାଁ ସ୍କୁଲକୁ ଅଭିଭାବକମାନେ ପାଠ ପଢ଼ିବାକୁ ପଠାଉଛନ୍ତି । ଏବେ ସ୍କୁଲକୁ ୧୨୦ ପିଲା ମଧ୍ୟରୁ ମାତ୍ର ୧୬ ରୁ ୧୭ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଉଛନ୍ତି । ଗାଁର କୁଅାଁରୀ ଝିଅଙ୍କୁ ଭୂତ ଭୟରେ ଅନ୍ୟକୁ ନିଜ ସମ୍ପର୍କୀୟ ଘରକୁ ପଠାଇ ଦେଉଛନ୍ତି । କେବଳ ସ୍କୁଲରେ ନୁହେଁ, ଗାଁରେ ମଧ୍ୟ ଭୂତ ଭୟରେ କୋକୁଆ ଭୟ ଖେଳି ଯାଇଛି । ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରୁ ନାହାନ୍ତି । ତାଟି କବାଟ ବନ୍ଦ କରି ଆତଙ୍କିତ ଅବସ୍ଥାରେ ରାତି କାଟୁଛନ୍ତି ।

ଗତ ୧୧ ତାରିଖରେ ଗାଁର ଦୁଇ କୁଅାଁରୀ ଝିଅଙ୍କ ଆଚରଣ ବଦଳି ଯାଇଥିଲା । ଏହାକୁ ଗାଁ ଲୋକେ ଭୂତ ଲାଗିଥିବା କହିଥିଲେ । ଉଭୟଙ୍କୁ ଗୁଣି ଗାରେଡ଼ି କରି ଭୂତକୁ ଛଡ଼ାଇଥିଲେ । ତା’ ପରଦିନ ଦୁଇ ଝିଅକୁ ପରିବାର ଲୋକେ ଡାକ୍ତରଙ୍କ ପାଖକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେଠାରେ ଡାକ୍ତର ଦୁଇ ଝିଅଙ୍କ ଦେହରେ କୌଣସି ରୋଗ ନଥିବା କହିଥିଲେ । ଡାକ୍ତରଙ୍କ ଏଭଳି ମନ୍ତବ୍ୟ ପରେ ଭୂତ ସନେ୍ଦହ ଆହୁରି ଘନୀଭୂତ ହେବାରେ ଲାଗିଛି । ତାଙ୍କ ବାପା ଉଭୟ ଝିଅକୁ ଭୂତ ଛଡ଼ାଇବା ପାଇଁ ନିଲଜୀ ନିକଟ ବାବା ମଠକୁ ନେଇଥିଲେ । ଲୋକଙ୍କୁ ଭୂତପ୍ରେତ ଲାଗିଲେ ବାବା ଛଡ଼ାଇ ଦିଅନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଠାରେ ବାବା ଗୋଟିଏ ଝିଅ ଉପରେ ଭୂତ ଛଡ଼ାଇ ଥିଲେ । ଝିଅଟି ହିନ୍ଦୀ ଭାଷାରେ କଥା କହିବା ଆରମ୍ଭ କରି କହିଥିଲା ଯେ, ‘କିଛି ବର୍ଷ ଭିତରେ ମୁଁ ୩୦ ଜଣଙ୍କୁ ମାରି ଖାଇ ସାରିଛି । ଏବେ ଆଉ ଅନେକ ଲୋକଙ୍କୁ ଖାଇବାର ବାକି ରହିଛି । ମୋର ଗୁରୁ ମୋତେ ପଠାଇଛନ୍ତି’ ବୋଲି ଗାଁର ଜଣେ ବ୍ୟକ୍ତିଙ୍କ ନାଁ ଧରିଥିଲା । ଏହାକୁ ନେଇ ଗାଁରେ ଗୁଣି ଗାରେଡ଼ି ସନେ୍ଦହ କରି ଦୁଇ ଗୋÂୀ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଗାଁର ବୁଧୁରାମ ଘିବେଲାଙ୍କୁ ଗୁଣିଆ ସନେ୍ଦହ କରି ଗାଁର କିଛି ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ବୁଧୁରାମ ସିନାପାଲି ଥାନାରେ ୧୮ ଲୋକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ବିପରୀତ ଗୋÂୀ ବୁଧୁରାମଙ୍କ ସପକ୍ଷର ୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏପରି ସିନାପାଲି ଥାନାରେ ୨୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ସମସ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ପୁଲିସ ସମସ୍ତଙ୍କୁ ଛାଡି ଦେଇଥିଲା । ଏହାକୁ ନେଇ ଗାଁରେ ଉଭୟ ଗୋÂୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଏହାର ସମାଧାନ ପାଇଁ ଗତ ୧୫ ତାରିଖରେ ଖଡ଼ିଆଳ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରୀ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଗାଁ ଲୋକଙ୍କ ମନରେ ଏମିତି ଭୂତ ସବାର ହୋଇ ପଡିଛି ଯେ, କାହାରି କଥାକୁ ବିଶ୍ୱାସ କରୁନାହାନ୍ତି । ଏନେଇ ବିଇଓ ଜଗଦୀଶ ପ୍ରସାଦ ଖମାରୀଙ୍କୁ ପଚାରିବାରୁ, ‘ସ୍କୁଲରେ ଭୂତ ଭୟରେ ପିଲାମାନେ ସ୍କୁଲ ଯାଉ ନାହାନ୍ତି । ସ୍କୁଲରେ ପିଲାଙ୍କ ଉପସ୍ଥାନ କମିବାରେ ଲାଗିଛି । ଆମେ ଯାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିଛୁ’ ବୋଲି କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons