ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି।
ବାଲିଅନ୍ତା ଥାନା ବାଙ୍କୁଆଳ ବ୍ରିଜ୍ ତଳେ ଏହି ମୃତ ଦେହ ପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଏକ ମୋବାଇଲ୍ ଫୋନ୍ ମିଳିଥିବା ଜଣାପଡ଼ିଛି। ମୃତଦେହ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ କି ମୃତ୍ୟୁ କାରଣ ବି ଜଣାପଡ଼ିନି। ପାଣି ଭିତରେ ରହି ମୃତଦେହ ଫୁଲି ଯାଇଥିବାରୁ କିଛି ଦିନ ତଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Comments are closed, but trackbacks and pingbacks are open.