ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରୁ ଏକ ଫାଇନାନ୍ସ ସଂସ୍ଥାର ମହିଳା କର୍ମଚାରୀଙ୍କୁ ମାଉଜର ଦେଖାଇ ୯୪ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଧାଫାସ୍ ହୋଇଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଲୁଟେରା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସାହାଜାନ୍ ଖାନ୍ ଓରଫ ପାଟୁ (୪୫) ଓ ତାର ୩ ଜଣ ସହଯୋଗୀଙ୍କୁ ସ୍ପେଶାଲ୍ ସ୍କ୍ୱାଡ୍ ସହଯୋଗରେ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ସହଯୋଗୀମାନେ ହେଲେ ନିମାପଡ଼ାର ସେକ୍ ସାହିଦ୍ (୨୨), ଯଦୁପୁରର ରାଜା ଖାନ୍ (୨୧) ଓ ନିମାପଡ଼ାର ପ୍ରଶାନ୍ତ ଭୋଇ (୨୮) । ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି, ୭୦ ହଜାର ଟଙ୍କା ଓ ଗୋଟିଏ ବାଇକ୍ ଜବତ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗର ଅନ୍ୟ ଜଣେ ଲୁଟେରା ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ପୁରୀ ବ୍ରହ୍ମଗିରି ଅଞ୍ଚଳର ମନୋରମା ବରାଳ ଦୀର୍ଘ ଦିନ ହେଲା ବନ୍ଧନ ଫାଇନାନ୍ସ ସଂସ୍ଥାରେ ଚାକିରି କରୁଛନ୍ତି । ଅଗଷ୍ଟ ୫ ତାରିଖ ସକାଳେ ସେ ବରମୁଣ୍ଡା ଗାଁକୁ ଫାଇନାନ୍ସ ବାବଦରେ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ । ୯୪ ହଜାର ଟଙ୍କା କଲେକ୍ସନ କରି ଭ୍ୟାନିଟିରେ ପୂରାଇ ସ୍କୁଟିରେ ରଖିଥିଲେ । ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ବରମୁଣ୍ଡା ଗାଁ ପ୍ରଧାନ ସାହି ରାସ୍ତା ଦେଇ ଅଫିସ ଫେରୁଥିବା ବେଳେ ପାଟୁ ଓ ସାହିଦ୍ ବାଇକ୍ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭ୍ୟାନିଟି ଛଡ଼ାଇ ନେଇଥିଲେ । ମନୋରମା ଚୋର ଚୋର ବୋଲି ଡାକିବାରୁ କିଛି ସ୍ଥାନୀୟ ଲୋକ ଲୁଟେରାଙ୍କୁ ପିଛା କରିଥିଲେ । ଲୋକମାନେ ପିଛା କରିବା ଦେଖି ଲୁଟେରା ୨ ଜଣ ହଡ଼ବଡେ଼ଇ ଯାଇଥିଲେ । ଏହି ସମୟରେ ପଛରେ ବସିଥିବା ଲୁଟେରା ହାତରୁ ବନ୍ଧୁକ ଖସି ପଡିÿଥିଲା । ଲୁଟ୍ର ଦୃଶ୍ୟ ସିସିଟିଭିରେ ଉତ୍ତୋଳିତ ହୋଇଥିଲା । ଏନେଇ ମନୋରମା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ତଦନ୍ତରେ ଖଣ୍ଡଗିରି ଥାନା ପୁଲିସ୍କୁ ସହଯୋଗ କରିବାକୁ ସ୍ପେଶାଲ୍ ସ୍କ୍ୱାଡ୍ ଏସିପି ସଞ୍ଚୀବ ଶତପଥୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ଡିସିପି ଶ୍ରୀ ଦାସ ।
ସିସିଟିଭି ଫୁଟେଜ୍ ଯାଞ୍ଚ ସମୟରେ ପାଟୁକୁ ଚିହ୍ନଟ କରିଥିଲେ ସ୍ପେଶାଲ୍ ସ୍କ୍ୱାଡ୍ ଏସିପି ଶ୍ରୀ ଶତପଥୀ । ଏହାପରେ ତାକୁ ଧରିବାକୁ ଯୋଜନା ହୋଇଥିଲା । ଗତ ୨୭ ତାରିଖ ରାତିରେ ପାଟୁ ଓ ସାହିଦ୍ ଜଟଣୀ ଅଞ୍ଚଳକୁ ଲୁଟ୍ କରିବାକୁ ଯାଉଥିଲେ । ଖବରପାଇ ଖଣ୍ଡଗିରି ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ଓ ସ୍ପେଶାଲ୍ ସ୍କ୍ୱାଡ୍ ଟିମ୍ ୨ ଲୁଟେରାଙ୍କୁ ୩୫ କିମି ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ୨ ଜଣଙ୍କୁ ଥାନାକୁ ଆଣି ଜେରା କରିବା ସମୟରେ ଅନ୍ୟ ୨ ଜଣ ଧରା ପଡିଥିଲେ । ଏମାନଙ୍କ ଠାରୁ ଟଙ୍କା ଓ ବାଇକ୍ ଜବତ ହୋଇଥିଲା । ଘଟଣାର ଅଧିକ ତଦନ୍ତ ପରେ ପୁଲିସ୍ ଜାଣିବାକୁ ପାଇଥିଲା, ପାଟୁ ନାଁରେ ୧୯ଟି ମାମଲା, ସାହିଦ୍ ନାଁରେ ୯ଟି, ରାଜା ନାଁରେ ୩ଟି ଓ ପୁନିଆ ନାଁରେ ୮ଟି ମାମଲା ରହିଛି । ଏମାନେ ଧଉଳି, ବାଲିଅନ୍ତା, ବାଲିପାଟଣା ଥାନା ଅଞ୍ଚଳରେ ୨୦ରୁ ଅଧିକ ସୁନା ଚେନ୍ ଲୁଟିଛନ୍ତି । ରାଜା ଯଦୁପୁରରେ ଦାଦା ବଟି ଆଦାୟ କରୁଥିଲା ବୋଲି ପୁଲିସ୍ ପ୍ରମାଣ ପାଇଛି ।
Comments are closed, but trackbacks and pingbacks are open.