କୁଚିନା ଆଣିଲା ‘ଆଇ-ଅଟୋ କ୍ଲିନ୍ ଚିମ୍ନି’: ଏ ବର୍ଷ ଓଡ଼ିଶା ବ୍ୟବସାୟ ୧୫ କୋଟି ଛୁଇଁବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମାନ୍ଦାବସ୍ଥା ସତ୍ତେ୍ୱ ଦେଶର ଅଗ୍ରଣୀ ରୋଷେଇ ଉପକରଣ ବ୍ରାଣ୍ଡ ‘କୁଚିନା’ ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ପ୍ରାୟ ୨୫ଧ ଅଧିକ ଅର୍ଥାତ୍ ୧୫ କୋଟି ବ୍ୟବସାୟ କରିବ । ଅତ୍ୟାଧୁନିକ ଉତ୍ପାଦର ପ୍ରଚଳନ ସହ ‘କୁଚିନା ଏକ୍ସକ୍ଲୁସିଭ୍ ଗ୍ୟାଲେରି’ ଖୋଲି କମ୍ପାନି ଏଭଳି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରିଛି । କୁଚିନା ନିର୍ଦ୍ଦେଶକ ନମିତ ବାଜୋରିଆ ରବିବାର ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ କୁଚିନାର ଅତ୍ୟାଧୁନିକ ‘ଆଇ-ଅଟୋ କ୍ଲିନ୍ ଚିମ୍ନି’ର ବଜାର ପ୍ରବେଶ କରାଇ ଶ୍ରୀ ବାଜୋରିଆ କହିଛନ୍ତି, ଗତ ଆର୍ଥିକ ବର୍ଷ କମ୍ପାନି ରାଜ୍ୟରେ ୧୨-୧୩ କୋଟି ଟଙ୍କାର ବ୍ୟବସାୟ କରିଥିଲା । ୨୦୧୯-୨୦ରେ ଏହା ବୃଦ୍ଧି ଘଟି ୧୫ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି । ସେ କହିଛନ୍ତି, ଏବେ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଧାର୍ଯ୍ୟ ବ୍ୟବସାୟିକ ଲକ୍ଷ୍ୟ ପୂରଣ ପାଇଁ କମ୍ପାନି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ବ୍ୟବସାୟକି ଅଭିବୃଦ୍ଧି ଲକ୍ଷ୍ୟ ପୂରଣ ପାଇଁ କମ୍ପାନି ବିଭିନ୍ନ ଭୌଗୋଳିକ କ୍ଷେତ୍ରକୁ ବ୍ୟବସାୟ ସମ୍ପ୍ରସାରଣ କରିବ । ବିଭିନ୍ନ ଉତ୍ପାଦରେ ସୁନିଶ୍ଚିତ ଉପହାର ସ୍କିମ୍ ଆଣିବ । ଏପରିକି ଅତ୍ୟାଧୁନିକ ରେଞ୍ଜର ଉତ୍ପାଦ ଛାଡ଼ି କୁଚିନା ଗ୍ରାହକ ଭିଡ଼ିବାରେ ସମର୍ଥ ହେବ । ଏହାଛଡ଼ା କମ୍ପାନି ୨୦୨୦ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ୨ଟି ନୂଆ ‘କୁଚିନା ଏକ୍ସକ୍ଲୁସିଭ୍ ଗ୍ୟାଲେରି’ ଖୋଲିବ । ଏଠାରେ ଗ୍ରାହକ କୁଚିନାର ସମସ୍ତ ରେଞ୍ଜର ଉତ୍ପାଦର ଅଭିଜ୍ଞତା ନେଇପାରିବେ । ଏବେ ରାଜ୍ୟର ୧୪୩ଟି ଖୁଚୁରା ଷ୍ଟୋରରେ କୁଚିନା ଉତ୍ପାଦ ଉପଲବ୍ଧ । କୁଚିନା ନିର୍ଦ୍ଦେଶକ କହିଛନ୍ତି, ଆଜି କମ୍ପାନି ଓଡ଼ିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜ୍ଞାନକୌଶଳଯୁକ୍ତ ‘ଆଇ-ଅଟୋ କ୍ଲିନ୍ ଚିମ୍ନି’ ଛାଡ଼ିଛି । ୧୦ଟି ମଡେଲରେ ଉପଲବ୍ଧ କରାଯାଇଥିବା ଆଇ-ଅଟୋ କ୍ଲିନ୍ ଚିମ୍ନି ବିଶ୍ୱର ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ଚିମ୍ନି । ଏହି ଚିମ୍ନି ଆପେ ପରିଚାଳିତ ହେବ । ଏଗୁଡ଼ିକର ମୂଲ୍ୟ ୨୪ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି । ଏଣିକି ପ୍ରତି ୨-୩ ମାସରେ କୁଚିନା ବଜାରକୁ ଏଆଇ ଜ୍ଞାନକୌଶଳଯୁକ୍ତ ନୂଆ ରୋଷେଇ ଉପକରଣ ଛାଡ଼ିବ । ଆସିବାକୁ ଥିବା ଏହି ଉତ୍ପାଦ ମଧ୍ୟରେ ହବ୍ସ, ବିଲ୍ଟ-ଇନ୍ ରେଫ୍ରିଜେରେଟର, ମାଇକ୍ରୋୱେଭ୍ ପ୍ରଭୃତି ରହିଛି ବୋଲି ଶ୍ରୀ ବାଜୋରିଆ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons