କୁଡିଆରେ ଲାଗିଲା ନିଆଁ : ସାନ ଭଉଣୀ ମୃତ, ବଡ ଗୁରୁତର

Get real time updates directly on you device, subscribe now.

ରାୟଗଡା : ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ପୋଡିହୋଇ ସାନ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ବଡ ଭଉଣୀ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ଗାଁରେ । ମୃତ ନାବାଳିକା ହେଲେ ମିଟୁ ମାଝିଙ୍କ ଝିଅ ସୁବି । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ବଡ ଭଉଣୀ କସନ୍ତି ଏବେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟାହ୍ନରେ ମିଟୁ ଡଙ୍ଗାସିଲ ଏବଂ ତାଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିଲେ । ଘରେ ଦୁଇ ଝିଅ କସନ୍ତି ଓ ସୁବି ଶୋଇଥିଲେ । ବାହାରେ ତାଙ୍କ ପୁଅ ଖେଳୁଥିଲେ । ହଠାତ୍ କୁଡିଆରେ ନିଆଁ ଲାଗିଯିବାରୁ ଦୁଇ ଭଉଣୀ ପୋଡି ଯାଇଥିଲେ । ଉଭୟଙ୍କ ଚିତ୍କାର ଶୁଣି ମିଟୁଙ୍କ ସାନ ଭାଇ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୁବିକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons