କୁଲଗାମ୍ରେ ୨ ଆତଙ୍କୀ ନିପାତ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ଜିଲ୍ଲାର ୱାନପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ସେନା ସହ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ଯବାନଙ୍କୁ ନେଇ ଏକ ମିଳିତ ଟିମ୍ ସେଠାରେ ତଲାସୀ ଆରମ୍ଭ କରିଥିଲା । ତଲାସୀ ବେଳେ ସେଠାରେ ଲୁଚିଥିବା ଦୁଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସେମାନେ ହଠାତ୍ ସୁରକ୍ଷାବାହିନୀ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁÂାନରେ ଉଭୟଙ୍କର ମୃତୁ୍ୟ ଘଟିଥିଲା । ମୃତ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons