କୁଲଙ୍ଗ ଗ୍ରାମବାସୀଙ୍କ ଆକୁଳ ନିବେଦନ:ଆମକୁ ଶୀଘ୍ର ସ୍ଥାନାନ୍ତର କରାଯାଉ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆମେ ଆଉ ଗାଁରେ ରହିପାରିବୁନି, ଆମକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ । ଯେତେ ଶୀଘ୍ର ପ୍ରଶାସନ ଆମକୁ ସୁରକ୍ଷିତ ସ୍ଥାନକୁ ନେବକୁ ବ୍ୟବସ୍ଥା କରିବ ଆମେ ଯିବାକୁ ପ୍ରସ୍ତୁତ ଅଛୁ । ଶୁକ୍ରବାର ଭୂସ୍ଖଳନ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ, ସାଂସଦ ଏବଂ ଜିଲ୍ଲା ପ୍ରଶାସନର ବରିÂ ଅଧିକାରୀମାନେ ଯାଇଥିବା ବେଳେ ଏଭଳି ଆକୁଳ ନିବେଦନ କରିଥିଲେ କୁଲଙ୍ଗ ଗ୍ରାମବାସୀ । ତେବେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରାଯିବା ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।
ଲଗାଣ ବର୍ଷା ପ୍ରଭାବରେ ଗୁରୁବାର ସକାଳ ୭ଟା ବେଳେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁ ଉପରକୁ ପାହାଡ ଧସି ବହୁ କ୍ଷୟକ୍ଷତି କରିଥିଲା । ଗ୍ରାମର ୨୧ଜଣଙ୍କ ଘର ମାଟି ତଳେ ପୋତି ହୋଇଯାଇଥିବା ବେଳେ ପ୍ରାୟ ୮୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ପ୍ରଶାସନ ଗ୍ରାମରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଥିଲା । ପରେ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରି ରିଲିଫ୍ କ୍ୟାମ୍ପ୍କୁ ନେଇଥିଲା । ସେଠାରେ ସେମାନଙ୍କୁ ରନ୍ଧ୍ୟାଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲା । ବର୍ତ୍ତମାନ ସର୍ବସ୍ୱ ହରାଇ ଲୋକେ ରିଲିଫ୍ କ୍ୟାମ୍ପ୍ରେ ରହିଛନ୍ତି । ଶୁକ୍ରବାର କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚôଥିଲେ ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ସାରକା । ତାଙ୍କସହ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେÂା ସୁଧୀର ଦାଶ । ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ଅନୁପମ ଶାହା, ଏସ୍ପି ସାରା ଶର୍ମା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଚଞ୍ଚଲ କୁମାର ରାଣାଙ୍କ ସମେତ ଜିଲ୍ଲାର ବହୁ ବରିÂ ଅଧିକାରୀ ।
ଏହି ସମୟରେ ଗ୍ରାମବାସୀ ଏଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏଭଳି ଦୁର୍ଘଟଣା ପୁଣିଥରେ କାଳେ ଘଟିବ ସେ ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାସହ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ସରକାର ଏବଂ ପ୍ରଶାସନ ସେମାନଙ୍କୁ ଏଥିପାଇଁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ତେବେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସ୍ଥାନ ଖୋଜାଯାଉଛି । ମିଳିଲେ, ନିଶ୍ଚିତ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ଥଇଥାନ ପାଇଁ ସମସ୍ତ ପ୍ରକାର ସହଯୋଗ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି । ଶନିବାର ପୁଲିସ ପକ୍ଷରୁ ସେରଙ୍ଗ ଥାନାଧିକାରୀ ପି.କିଶନ୍ କୁମାରଙ୍କ ନେତୃତ୍ୱରେ ଗୁମ୍ମା ଫାଣ୍ଡି ଅଧିକାରୀ ଆର୍ତ୍ତତ୍ରାଣ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରିଲିଫ୍ କ୍ୟାମ୍ପ୍ରେ ପହଞ୍ଚô କ୍ଷତିଗ୍ରସ୍ତଙ୍କୁ ଅକ୍ଷ୍ୟଦାନ ପାତ୍ରରୁ ସଂଗୃହୀତ ସାମଗ୍ରୀ ବଣ୍ଟନ କରିଥିଲେ । ଏହାସହ ରେଡକ୍ରସ ପକ୍ଷରୁ ମଧ୍ୟ କେତେକ ସାମଗ୍ରୀ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons