କୁ୍ୟସିଏଫ୍ଆଇ ଭୁବନେଶ୍ୱର ଚାପ୍ଟର ସମ୍ମିଳନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ୱାଲିଟି ସର୍କଲ ଫେଡେରେସନ ଅଫ୍ ଇଣ୍ଡିଆ (କୁ୍ୟସିଏଫ୍ଆଇ) ଭୁବନେଶ୍ୱର ଚାପ୍ଟରର ପ୍ରଥମ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଓଡ଼ିଶା ଖଣି ନିଗମ (ଓଏମ୍ସି) ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ ବକ୍ତାମାନେ ସରକାରୀ ଓ ଘରୋଇ କମ୍ପାନିର ଔଦ୍ୟୋଗିକ ସ୍ତରରେ ଗୁଣବତ୍ତା କର୍ମସ୍ଥଳରେ ଉନ୍ନତି ଆଣିବାକୁ ଗୁରୁତ୍ୱାରୋପ କରିଛନ୍ତି । କୁ୍ୟସିଏଫ୍ଆଇ ଭୁବନେଶ୍ୱର ଚାପ୍ଟର ସଭାପତି ତଥା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ଉପାଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ଶଶୀ ଶେଖର ମହାନ୍ତି, ଓଏମ୍ସି ମାନବ ସମ୍ବଳ ନିଦେ୍ର୍ଧଶକ ତଥା କୁ୍ୟସିଏଫ୍ଆଇ ଉପସଭାପତି ଡ. ଶାନ୍ତନୁ ରଥ, କୁ୍ୟସିଏଫ୍ଆଇ କାର୍ଯ୍ୟକାରୀ ନିଦେ୍ର୍ଧଶକ ଡି କେ ଶ୍ରୀବାସ୍ତବ, ଭିଲାଇ ଚାପ୍ଟର ନିଦେ୍ର୍ଧଶକ ଜି ପି ସିଂହ କହିଛନ୍ତି, ପ୍ରତିଦ୍ୱନ୍ଦ୍ୱିତା ଯୁଗରେ କମ୍ପାନିଗୁଡ଼ିକ ଗୁଣବତ୍ତା କର୍ମସ୍ଥଳରେ ଉନ୍ନତି ଆଣି ବ୍ୟବସାୟିକ ପରିବେଶରେ ସଫଳତା ପାଇପାରିବେ । ସମ୍ମିଳନୀରେ ୧୩ଟି ବୃହତ ଅନୁÂାନ ପକ୍ଷରୁ ୭୨ଟି କ୍ୱାଲିଟି ସର୍କଲ ଟିମ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୫୬ଟି ଟିମ୍କୁ ସ୍ୱର୍ଣ୍ଣ, ୧୩ଟି ଟିମ୍କୁ ରୌପ୍ୟ ଓ ୩ଟିକୁ କାଂସ୍ୟ ପୁରସ୍କାର ମିଳିଥିଲା । ଭିଲାଇ ଷ୍ଟିଲ ପ୍ଲାଣ୍ଟର ‘ଅଗ୍ରସର’ ଟିମ୍କୁ ବେଷ୍ଟ ଅଫ୍ କନ୍ଭେନସନ୍ ଓ ବାଲ୍କୋର ‘କ୍ୱିକ୍ କଦମ’ ଟିମ୍କୁ ଦ୍ୱିତୀୟ ବେଷ୍ଟ ଅଫ୍ କନ୍ଭେନ୍ସନ ପୁରସ୍କାର ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ର ଆବାସିକ ନିଦେ୍ର୍ଧଶକ ଶଶୀ ଭୂଷଣ ଉପାଧ୍ୟାୟ, ଟ୍ରାଇଡେଣ୍ଟ ଏକାଡେମୀର ଡ. ଆର୍ ଏନ୍ ଶତପଥୀ, ଭିସା ଷ୍ଟିଲ୍ର ମନୋଜ କୁମାର, ପାରାଦୀପ ଫସ୍ଫେଟ୍ର ସିଓଓ ରଞ୍ଜିତ ଚୁଫ ଓ ଜେଏସ୍ଏଲର ଏ କେ ସିଂହ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons