ଲକ୍ଡାଉନ୍ର ଏହି ସମୟରେ ପ୍ରେମିକ ପୁଲକିତ ସମ୍ରାଟଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି ଅଭିନେତ୍ରୀ କୃତି ଖରବନ୍ଦା । ରୋଷେଇରେ ପାରଙ୍ଗମ ପୁଲକିତ୍ ବି ଏହି ପିରିୟଡ୍ରେ ଭଲ ଭଲ ଆଇଟମ୍ କରି ପ୍ରେମିକାଙ୍କୁ ପରଷୁଛନ୍ତି । ନିକଟରେ କୃତି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ‘ଚିଜ୍ ସ୍ୟାଣ୍ଡୱିଚ୍’ର ଫଟୋ ପୋଷ୍ଟ କରିଛନ୍ତି । ତାକୁ ପୁଲକିତ ତାଙ୍କ ପାଇଁ ପ୍ରସ୍ତୁତ କରିଥିବା ନେଇ ସେ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ସେଥିରେ ଏକ କ୍ୟାପସନ୍ ଲେଖି ବୟଫ୍ରେଣ୍ଡଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି ସେ । ଉତ୍ତରରେ ପୁଲକିତ ଏହା ପରିଶ୍ରମର ଫଳ ବୋଲି ଲେଖିଛନ୍ତି । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶେଷଥର ପାଇଁ କୃତି ଅନିସ୍ ବାଜମୀଙ୍କର ଫିଲ୍ମ ‘ପାଗଲପନ୍ତି’ରେ ନଜର ଆସିଥିଲେ । ସେଥିରେ ପୁଲକିତ୍ଙ୍କ ସମେତ ଜନ ଆବ୍ରାହମ, ଅର୍ସାଦ ୱାର୍ସି, ଅନିଲ କପୁର, ଇଲିଆନା ଡିକ୍ରୁଜ୍, ସୌରଭ ଶୁକ୍ଳା ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ଆଗକୁ କୃତିଙ୍କୁ ବିଜୟ ନାମ୍ବିଆରଙ୍କ ଏକ ଫିଲ୍ମରେ ଦେଖିବାକୁ ମିଳିବ । ୨୦୨୧ରେ ତାହା ରିଲିଜ୍ ହେବାର ଯୋଜନା ରହିଛି ।
Comments are closed, but trackbacks and pingbacks are open.